ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରଏସ୍‌ଏସ୍‌ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ରାହୁଲ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ଦିନ ମହାରାଷ୍ଟର ଭିଓ୍ଵାଣ୍ଡି କୋର୍ଟରେ ହାଜର ହୋଇଛନ୍ତି। ଆରଏସ୍‌ଏସ୍‌ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ରାହୁଲ।

୨୦୧୪ ମସିହାରେ ରାହୁଲ ଗାନ୍ଧି ଭିଓ୍ଵାଣ୍ଡିଠାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମହାତ୍ମା ଗାନ୍ଧିଙ୍କ ହତ୍ୟା ସହିତ ସମ୍ପୃକ୍ତ ବୋଲି କହିଥିଲେ। ଏହି ମନ୍ତବ୍ୟକୁ ବିରୋଧ କରି ଆରଏସଏସ ଭିଓ୍ଵାଣ୍ଡି କୋଟରେ ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରାଯାଇଥିଲା। ଏହି ମାମଲାରେ ଜୁନ ୧୨ ତାରିଖରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କୋର୍ଟରେ ରାହୁଳ ଗାନ୍ଧିଙ୍କୁ ନୋଟିସ ଜାରି କରିଥିଲେ।

ଏହି ମାମଲାରେ ରାହୁଲ ଗାନ୍ଧି ସର୍ବୋଚ୍ଚ ଅଦାଲତରେ ପିଟିସନ ଦେଇ ମାମଲାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ। ୨୦୧୬ ମସିହା ଜୁଲାଇ ମାସରେ ସର୍ବୋଚ୍ଚ ଅଦାଲତ ରାହୁଲଙ୍କ ଆବେଦନ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ରାହୁଳ ଗାନ୍ଧି ଏକ ସଙ୍ଗଠନ ଉପରେ ଏଭଳି ମିଛ ଆରୋପ ଲଗାଇ ପାରିବେ ନାହିଁ। ଯଦି ରାହୁଲ ଗାନ୍ଧି ତାଙ୍କ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ ନ କରନ୍ତି ତେବେ ତାଙ୍କୁ କୋର୍ଟରେ ଟ୍ରାୟଲର ସମ୍ମୁଖୀନ ହେବାକୁ ପଡ଼ିବ।

ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ପରାମର୍ଶକୁ ଗ୍ରହଣ ନ କରି ରାହୁଲ ଗାନ୍ଧି ଅଦାଲତରେ ତାଙ୍କ ବିରୋଧରେ ଆସିଥିବା ମାନହାନୀ ମୋକଦ୍ଦମା ଲଢ଼ିବେ ବୋଲି ରାହୁଲ ନିଷ୍ପତ୍ତି ନେଇଥିଲେ।

ମଙ୍ଗଳବାରଦିନ ରାହୁଲ ସକାଳ ୮ଟାରେ ମୁମ୍ବାଇରେ ପହଞ୍ଚିବା ପରେ ଭିଓ୍ଵାଣ୍ଡି କୋର୍ଟରେ ପହଞ୍ଚିଥଲେ। ତାଙ୍କ ସହିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଓ କଂଗ୍ରେସ ନେତା ଅଶୋକ ଗେହୋଲଟ୍‌ ମଧ୍ୟ କୋର୍ଟରେ ପହଞ୍ଚିଥିଲେ।

କୋର୍ଟରେ ହାଜିର ହେବା ବେଳେ ରାହୁଲ ‘ମୁଁ ନିର୍ଦ୍ଦୋଷ। ମୁଁ କୌଣସି ଭୁଲ୍ କରିନାହିଁ’ ବୋଲି କହିବାରୁ କୋର୍ଟ ତାଙ୍କ ବିରୋଧରେ ଆଇପିସି  ଧାରା ୪୯୯ ଓ ୫୦୦ ରେ ମାମଲା ନିଶ୍ଚିତ କରିଥିଲେ।

Comment