ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇ ୱର୍ଲିସ୍ଥିତ ଏକ ଆପାର୍ଟମେଣ୍ଟର ୩୨ ନମ୍ବର ଫ୍ଲାଟରେ ବୁଧବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ୧୦ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ହେଲେ ନିଆଁ ଆୟତ୍ତ ହୋଇପାରି ନାହିଁ।

୩୨ ନମ୍ବର ଫ୍ଲାଟରୁ ନିଆଁ ଆଉ ତିନୋଟି ଫ୍ଲାଟକୁ ବ୍ୟାପିଛି। ଏହି ଆପାର୍ଟମେଣ୍ଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ରହୁଛନ୍ତି। ଦୀପିକା ୨୬ ନମ୍ବର ଫ୍ଲାଟରେ ରହୁଥିବା ଜଣାପଡ଼ିଛି। ପ୍ରାୟ ୧୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଛି। ହେଲେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଧନ ଜୀବନ ସୁରକ୍ଷା ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Comment