ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ ଦିନ ପରେ ପଥର ତଳୁ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ଦେବଗଡ଼ର ଘନଶ୍ୟାମ ଗୁରୁ। ୨ ଦିନ ତଳେ ସେନା ପଥର ବ୍ଲାଷ୍ଟିଂ କରି ଘନଶ୍ୟାମଙ୍କ ମୃତଦେହ ଠାବ କରିଥିଲା। କିନ୍ତୁ ପଥର ତଳୁ ଉଦ୍ଧାର କରିପାରି ନଥିଲା।

ପଥର ତଳୁ ବାହାରକୁ ଆଣିବା ପାଇଁ ଦୁଇ ଦିନ ଲାଗି ଯାଇଥିଲା। ତେବେ ଏପର୍ଯ୍ୟନ୍ତ ଆଉ ଜଣେ ଜେସିବି ଅପରେଟର ସଞ୍ଜୟ ଦାସଙ୍କ ପତ୍ତା ମିଳିନି। ଘନଶ୍ୟାମଙ୍କ ମୃତଦେହ କେରାପୁଟଠାରେ ପୋଷ୍ଟମର୍ଟମ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଛି। ପରେ ଘନଶ୍ୟାମଙ୍କ ମୃତଦେହକୁ ଦେବଗଡ଼ ପଠାଯାଇଛି।

କୋରାପୁଟ ଜିଲ୍ଲା ବରିପୁଟସ୍ଥିତ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ ନିକଟରେ ଥିବା ଗୁମ୍ମା ପଥର ଖଣିରେ ପଥର ଧସିଥିଲା। ଏହି ସମୟରେ ଠିକା ସଂସ୍ଥା ଅଧିନରେ କାମ କରୁଥିବା ୨ ଜଣ ଶ୍ରମିକ ଜେସିବି ମେସିନ ନେଇ ପଥର ଖୋଳୁଥିବା ବେଳେ ପଥର ତଳେ ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଫେଲ୍ ମାରିବା ପରେ ଶେଷରେ କଟକ ମୁଣ୍ଡଳିସ୍ଥିତ ଏନଡିଆର୍‌ଏଫ୍ ଟିମ୍‌ର ସହାୟତା ଲୋଡ଼ିଥିଲା ଜିଲ୍ଲା ପ୍ରଶାସନ। ହେଲେ ଏନଡିଆର୍‌ଏଫ୍‌ ଟିମ୍ ଫେଲ୍ ମାରିବା ପରେ ରାଞ୍ଚିରୁ ସେନାର ବୈଷୟିକ ଟିମ୍ ଆସିଥିଲେ। ପଥର ବ୍ଲାଷ୍ଟିଂ କରି ୨ ଜେସିବି ଅପରେଟରଙ୍କୁ ଖୋଜିଥିଲେ।

Comment