ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ପାଇଁ ଖୁସି ଖବର। କର୍ଣ୍ଣାଟକର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ  ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି।

କର୍ଣ୍ଣାଟକର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ  ବିଏନ ପ୍ରହଲ୍ଲାଦଙ୍କୁ ୨୮୦୦ ଭୋଟରେ ପରାସ୍ତ କରିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ୫୪,୪୫୭ ଖଣ୍ଡ ଭୋଟ ମିଳିଥିବାବେଳେ ୫୧,୫୬୮ଖଣ୍ଡ ଭୋଟ ମିଳିଛି। ଫଳରେ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୮୦ରେ ପହଞ୍ଚିଛି। ଗତ ନିର୍ବାଚନରେ କଂଗ୍ରେସ ୭୮ଟି ଆସନ ପାଇଥିଲା।

ଜୟନଗର ବିଧାନସଭା ଆସନ ପାଇଁ ଗତ ୧୧ ତାରିଖରେ ଭୋଟଗ୍ରହଣ ହୋଇଥିଲା। ୨୧୬ଟି ପୋଲିଂ ବୁଥ୍‌ରେ ୫୭ପ୍ରତିଶତ ମତଦାନ ହୋଇଥିଲା।

ଗତ ମାସରେ ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନ ପାଇଁ ଭୋଟ ହୋଇଥିଲା। ବାକି ଦୁଇଟି ଆସନ ରାଜରାଜେଶ୍ୱରୀ ବିଧାନସଭା ଆସନ ଓ ଜୟନଗର ଆସନରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।

ଗତ ୨୭ ତାରିଖରେ ହୋଇଥିବା ରାଜରାଜେଶ୍ୱରୀ ବିଧାନସଭା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଫଳରେ ବିଧାନସଭାରେ କଂଗ୍ରେସର ବିଧାୟକ ସଂଖ୍ୟା ୮୦ ରେ ପହଞ୍ଚିଛି। ବିଧାନସଭାରେ ବିଜେପିର ୧୦୪ ଓ ଜେଡିଏସର ୩୮ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ଜେଡିଏସ ସହ ମେଣ୍ଟ କରି ରାଜ୍ୟରେ ସରକାର ଗଢ଼ିଛନ୍ତି।

Comment