ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଏବେ ଆମ ପ୍ରଥମ କାମ’’, ଏକଥା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏସ୍ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ର।

କିଛି ଦିନ ଧରି ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ବିବାଦ ଚାଲିଥିଲା। ତା’ସାଙ୍ଗକୁ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନାରେ ବିଭିନ୍ନ ଅନିୟମିତତା ସମ୍ପର୍କରେ ସୁପ୍ରିମ୍‌କୋର୍ଟର ଟିପ୍ପଣୀ ପରେ ଏହି ସମସ୍ୟା ଆହୁରି ବଢ଼ିଥିଲା। ଏହି ଘଟଣାରେ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ ସରକାରଙ୍କ ପାଇଁ ଅଡୁଆ ବଢ଼ାଇ ଚାଲିଥିଲେ। ଫଳରେ ଚାପରୁ ମୁକୁଳିବାକୁ ଯାଇ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ବରିଷ୍ଠ ଅଫିସର୍ ପ୍ରଦୀପ କୁମାର ଜେନାଙ୍କୁ ହଟାଇ ତାଙ୍କ ଜାଗାରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନିଯୁକ୍ତ କରିଥିଲେ।

ପ୍ରଦୀପ୍ତ ମହାପାତ୍ର ଅତୀତରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଏକାଧିକ ବର୍ଷ ରଥଯାତ୍ରା ପରିଚାଳନା ଭାର ସମ୍ଭାଳିଥିବାରୁ ତାଙ୍କୁ ପୁଣିଥରେ ଏହି ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମହାପାତ୍ର ମିଡ଼ିଆକୁ କହିଛନ୍ତି, ‘‘ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ଏଥିପାଇଁ ବିଭିନ୍ନ ସରକାରୀ ବିଭାଗ ସହ ସେବାୟତ, ଭକ୍ତ ଏବଂ ପର୍ଯ୍ୟଟକ ସମସ୍ତଙ୍କର ସହଯୋଗ ଆବଶ୍ୟକ।’’

ଶ୍ରୀମନ୍ଦିର ପରିଚାଳନା ନେଇ ଅନେକ ଆହ୍ୱାନ ରହିଛି। ତେବେ ଏହିସବୁ ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here