ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଶନିବାର ଅପରାହ୍ଣରେ ଅଘଟଣ ଘଟିଛି। ଡଙ୍ଗା ବୁଡ଼ିଯିବାରୁ ୧୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଉଦ୍ଧାର ୧୨ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ୧୨ ଜଣଙ୍କ ମଧ୍ୟରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ତେବେ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ରଜ ପର୍ବ ପାଇଁ ଚିଲିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ କାଳିଜାଈ ଦର୍ଶନ କରି ଘରକୁ ଫେରୁଛନ୍ତି। ହେଲେ ଆଜି କିଛି ପର୍ଯ୍ୟଟକ କାଳିଜାଈ ଦର୍ଶନ କରିବାକୁ ଯାଇଥିଲେ। ମା’ଙ୍କ ଦର୍ଶନ ସାରି ଡଙ୍ଗାରେ ବାଲୁଗାଁ ଆସୁଥିବା ବେଳେ ହଠାତ୍ ବର୍ଷା ପବନ ହୋଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ଡଙ୍ଗାରେ ୧୬ ଜଣ ଯାତ୍ରୀ ଥିଲେ। ୧୬ ଜଣ ଯାକ ଚିଲିକାରେ ନିଖୋଜ ହୋଇଯାଇଥିଲେ। ଖବରପାଇ ଦମକଳ ବାହିନୀ ଏବଂ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯାତ୍ରୀଙ୍କୁ ଖୋଜାଖୋଜି କରିଥିଲେ। ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ୧୨ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ଚିଲିକାରେ ସର୍ଚ୍ଚ ଅପରେସନ ଜାରି ରହିଛି।

Comment