ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବର୍ଷାର ଦେଖା ନାହିଁ
  • ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ
  • ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି
  • ଦୁଇଦିନ ହେଲା ଜୋରଦାର ତାତି

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। କିନ୍ତୁ ବର୍ଷାର ଦେଖା ନାହିଁ। ଅସହ୍ୟ ଗରମ ଏବଂ ଗୁଳୁଗୁଳିରେ ଓଡ଼ିଶାବାସୀ ଛଟପଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇଛି। ଶୁକ୍ରବାର ଏବଂ ଶନିବାର ହୋଇଥିବା ମୁଣ୍ଡଫଟା ଖରାରେ ରାଜ୍ୟବାସୀ ସନ୍ତୁଳି ହୋଇଛନ୍ତି।

ଶନିବାର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି ଏବଂ ବଲାଙ୍ଗିରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ସେହିପରି ଶୁକ୍ରବାର ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଟିଟିଲାଗଡ଼ ୪୨ ଡିଗ୍ରୀ ତାପମାତ୍ରାରେ ସିଝିଥିବା ବେଳେ ଭବାନିପାଟଣା ଏବଂ ଅନୁଗୁଳରେ ତାପମାତ୍ରା ୪୦.୭ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ୪୦.୨ ଡିଗ୍ରୀ ଏବଂ କଟକରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ ରହିଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସପ୍ତାହେ ଯାଏଁ ତାତିରୁ ନିସ୍ତାର ନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବାରୁ ବର୍ଷାର ସମ୍ଭାବନା ନାହିଁ। ୭ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା କମ୍। ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତାହାଲେ ମୌସୁମୀ ବାୟୁ ସକ୍ରିୟ ହେବ।

Comment