ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଲିନା ସାମନ୍ତରାୟ ହେଉଛନ୍ତି ଓଲିଉଡର ଜଣେ ଆଗଧାଡ଼ିର ନାୟିକା। ଅଭିନେତାଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଏଲିନା ସମସ୍ତଙ୍କର ପ୍ରିୟ, ଆସନ୍ତୁ ଜାଣିବା କାହିଁକି?

ଏଲିନା ସାମନ୍ତରାୟଙ୍କର ଓଲିଉଡରେ ମାତ୍ର ଚାରି ବର୍ଷ ହୋଇଛି। ଏହି ସମୟ ଭିତରେ ଏଲିନା ଯେତିକି ଲୋକପ୍ରିୟତା ହାସଲ କରିଛନ୍ତି, ଖୁବ୍ ଓଲିଉଡ ନାୟିକାଙ୍କ ଭାଗ୍ୟରେ ଏହା ଜୁଟେ।

ଏଲିନା ୨୦୧୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଇସ୍କ ତୁ ହି ତୁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି କରିଥିଲେ। ଏଲିନାଙ୍କୁ ଲଞ୍ଚ୍ କରିଥିଲେ ତରଙ୍ଗ ସିନେ ପ୍ରଡକ୍ସନ୍ସ। ଏହି ସିନେମାରେ ଏଲିନାଙ୍କୁ ନାୟକ ଅରିନ୍ଦମଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ। ‘ଇସ୍କ ତୁ ହିଁ ତୁ’ର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ।

ପ୍ରଥମ ଫିଲ୍ମରେ ହିଁ ଏଲିନା କେବଳ ଦର୍ଶକଙ୍କର ମନ ନୁହେଁ, ବରଂ ସମୀକ୍ଷକ, ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କର ବି ମନ ଜିଣିଥିଲେ। ‘ଇସ୍କ ତୁ ହିଁ ତୁ’ରୁ ହିଁ ଜଣାପଡ଼ୁଥିଲା, ଏଲିନା ଜଣେ ଟପ୍ ହିରୋଇନ୍ ହେବେ।

ସମସ୍ତଙ୍କ ପସନ୍ଦ ଏଲିନା

ଏଲିନା ସମସ୍ତଙ୍କର ପ୍ରିୟ ବୋଲି କୁହାଯିବାର ଅନେକ କାରଣ ରହିଛି। ଏଥିମଧ୍ୟରୁ ପ୍ରଥମ କଥାଟି ହେଲା ସବୁ ପ୍ରତିଦ୍ୱନ୍ଦ୍ୱୀ ପ୍ରଯୋଜକଙ୍କର ପସନ୍ଦ ହେଉଛନ୍ତି ଏଲିନା।

ଏଲିନା ତରଙ୍ଗ ସିନେପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ‘ଇସ୍କ ତୁ ହିଁ ତୁ’, ‘ଜଗା ହାତରେ ପଘା’, ‘ଲଭ ଷ୍ଟେସନ୍’, ‘ଅଭୟ’ ଏବଂ ‘ହାପିଲକି’ ଆଦି ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। ଠିକ୍‌ ସେହିପରି ଜୀ-ସାର୍ଥକର ନୂଆ ଓଡ଼ିଆ ଛବି ‘ଫୋର୍ ଇଡିଅଟ୍ସ’ରେ ନାୟିକା ଭୂମିକା ନିଭାଇଛନ୍ତି ଏଲିନା। ଅନ୍ୟପକ୍ଷରେ ସାର୍ଥକ ମ୍ୟୁଜିକ୍‌ର ଅପକମିଂ ସିନେମା ‘ଟୋକାଟା ଫସିଗଲା’ରେ ନାୟିକା ଭୂମିକାରେ ଆସିଛନ୍ତି।

ସବୁ ଟପ୍ନିର୍ଦ୍ଦେଶକଙ୍କ ମନ ମୋହିଛନ୍ତି ଏଲିନା

ଏଲିନା ହେଉଛନ୍ତି ଏମିତି ଜଣେ ଭାଗ୍ୟବତୀ ନାୟିକା, ଯିଏକି ଅଧିକାଂଶ ଟପ୍ ନିର୍ଦ୍ଦେଶକର ମଧ୍ୟ ପ୍ରିୟ। ସେ ଇତିମଧ୍ୟରେ ଲୋକପ୍ରିୟ ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ସହିତ ‘ଫୋର୍ ଇଡିଅଟ୍ସ’, ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ‘ହାପି ଲକି’, ଅଶୋକ ପତିଙ୍କ ସହିତ ‘ଲଭ ଷ୍ଟେସନ’, ସୁଶାନ୍ତ ମଣିଙ୍କ ସହିତ ‘କେହି ନୁହେଁ କାହାରି’, ଅବତାର ସିଂହଙ୍କ ନିର୍ଦ୍ଦେଶିତ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, କେ-ମୁରଲୀ କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ‘ଜଗା ହାତରେ ପଘା’ ଓ ‘ଅଭୟ’ରେ କାମ କରିଛନ୍ତି।

ସବୁ ଟପ୍ହିରୋଙ୍କ ସହ ଫିଟ୍

ଓଲିଉଡର ଟପ୍ ଚାରି ହିରୋ ହେଲେ ଅନୁଭବ, ବାବୁସାନ୍, ସବ୍ୟସାଚୀ ଓ ଅରିନ୍ଦମ୍। ଏସବୁ ହିରୋଙ୍କ ସହ ଏଲିନାଙ୍କ ଯୋଡ଼ି ଫିଟ୍ ବି ଆଉ ହିଟ୍ ବି।

ଅନୁଭବଙ୍କ ବିପକ୍ଷରେ ଏଲିନା ଲଗାତାର ଦୁଇଟି ଓଡ଼ିଆ ସିନେମାରେ କାମ କରିଛନ୍ତି। ଏ ଦୁଇଟି ସିନେମା ହେଲା ‘ଅଭୟ’ ଏବଂ ‘କାବୁଲା ବାରବୁଲା’।

ଅପରପକ୍ଷରେ ବାବୁସାନଙ୍କ ସହିତ ଏଲିନା ଏଯାଏଁ କେବଳ ଗୋଟିଏ ସିନେମାରେ ଦେଖାଦେଇଛନ୍ତି। ଏହି ସିନେମା ହେଲା ‘ଲଭଷ୍ଟେସନ’। ଅରିନ୍ଦମଙ୍କ ସହିତ ଏଲିନା ଡେବ୍ୟୁ କରିଥିଲେ ‘ଇସ୍କ ତୁ ହି ତୁ’ରେ। ସୋବର ବୟ ସବ୍ୟସାଚୀଙ୍କ ବିପକ୍ଷରେ ଦଶର୍କ ‘ଫୋର୍ ଇଡିଅଟ୍ସ’ରେ ଏଲିନାଙ୍କୁ ଦେଖିବାକୁ ପାଇଛନ୍ତି।

ପୁଣି ନିକଟ ଭବିଷ୍ୟତରେ ସବ୍ୟସାଚୀ-ଏଲିନାଙ୍କ ଯୋଡ଼ି ନଜର ଆସିବେ ‘ଟୋକାଟା ଫସିଗଲା’ ସିନେମାରେ। ଏହାଛଡ଼ା ଆଜିକାର ଆଉ ଜଣେ ଲୋକପ୍ରିୟ ନାୟକ ଜ୍ୟୋତିଙ୍କ ବିପକ୍ଷରେ ବି ଏଲିନା ନଜର ଆସିଛନ୍ତି ‘ହାପି ଲକି’ରେ।

ସିଙ୍ଗଲ୍ ସୋବର୍ ବି ଏଲିନା

ଓଲିଉଡର ଲୋକପ୍ରିୟ ନାୟିକା ଏଲିନାଙ୍କ ସମ୍ପର୍କରେ ଗୋଟିଏ କଥା ଚର୍ଚ୍ଚାରେ ଯେ ସେ ଖୁବ୍‌ ସିମ୍ପଲ୍ ଓ ସୋବର। ସେଟ୍‌ରେ ହେଉ କି ବାହାରେ, ତାଙ୍କର ବିଶେଷ ନଖରାମି ନାହିଁ ବୋଲି ମଧ୍ୟ ଶୁଣିବାକୁ ମିଳେ। ଏହି କାରଣରୁ ସେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କର ପ୍ରିୟ।

ତା’ଛଡ଼ା ସବୁ ପ୍ରକାରର ସିନ୍ କରିବାକୁ ସେ ପ୍ରସ୍ତୁତ। ଦର୍ଶକଙ୍କୁ ପରଦା ଉପରେ ଏଲିନାଙ୍କ ନଟିନେସ୍ ଓ ସରଳତା ଉଭୟ ଖୁବ୍‍ ଭଲ ଲାଗେ। ଏହି କାରଣରୁ ସେ ସବୁରି ପ୍ରିୟ ବୋଲି କୁହାଯାଉଛି।

Comment