ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତା ପପୁ ପମପମ ଧିରେଧିରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ପପୁ ଦୀର୍ଘ ଦିନପରେ ମଙ୍ଗଳବାରଦିନ ଆଇସିୟୁରୁ ବାହାରିଛନ୍ତି। ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି।

୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ନେଇ ଆଶା କରାଯାଉଛି ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।

ପପୁ ପମ୍‌ପମ୍‌ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଯାଇଥିଲେ। ପପୁଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଆଡମିଟ କରାଯାଇଥିଲା।।

ଫୋର୍ ଇଡିୟଟସ୍‌ ଫିଲ୍ମ ସୁଟିଂରେ ପପୁ ଥାଇଲାଣ୍ଡ ଯାଇଥିଲେ। ସୁଟିଂ ଚାଲିଥିବା ବେଳେ ପପୁ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ। ସୁଟିଂ ବାତିଲ କରି ସେ ଭୁବନେଶ୍ୱର ଫେରି ଆସିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତୁରନ୍ତ ମେଡିକାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ପପୁଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ଦେଖାଦେଇଥିଲା। ଅଧିକ ଚିକିତ୍ସା ପାଇଁ ପପୁଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଥିଲା।

ଏଠାରେ ଥିବାବେଳେ ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ ଏଭଳି ନ କରିବାକୁ ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ।

Comment