ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍ଜୋନାସଙ୍କୁ ଡେଟିଂ କରୁଥିବା ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି

ପ୍ରିୟଙ୍କା ଚୋପ୍ରା ଜଣେ ଆମେରିକୀୟ ଗାୟକ ନିକ୍ ଜୋନାସ୍‌ଙ୍କୁ ଡେଟ୍‌ କରୁଥିବାର ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କର ଫଟୋ ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି। ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟ ଫ୍ରେଣ୍ଡ୍ ନିକ୍ ଇତିମଧ୍ୟରେ ଏକାଧିକବାର ଏକସଙ୍ଗେ ଡିନର ଡେଟ୍‌ରେ ଯାଇଥିବା ଜଣାଯାଇଛି।

ଖାଲି ସେତିକି ନୁହେଁ, ପ୍ରିୟଙ୍କା ଓ ନିକ୍‌ଙ୍କୁ କେତେକ ସାର୍ବଜନୀନ ସ୍ଥାନରେ ମଧ୍ୟ ଏକାଠି ଦେଖିବାକୁ ମିଳିଛି। କିଛି ଦିନ ତଳେ ଉଭୟଙ୍କୁ ଏକ ବିବାହ ଉତ୍ସବରେ ମଧ୍ୟ ପରସ୍ପରର ହାତ ଧରିଥିବାର ଦେଖିବାକୁ ମିଳିଥିଲା। ସେହି ବିବାହ ଉତ୍ସବକୁ ନିକ୍ ଓ ପ୍ରିୟଙ୍କାଙ୍କର ଜବରଦସ୍ତ ଏଣ୍ଟ୍ରି ହୋଇଥିଲା।

ପ୍ରିୟଙ୍କା ଏହି ଅବସରରେ ଗୋଲଡେନ୍ ଡ୍ରେସ୍‌ରେ ଆକର୍ଷଣୀୟ ଲାଗୁଥିଲେ। ନିକ୍‌ଙ୍କ ସହିତ ତାଙ୍କର ଯୋଡ଼ି ଖୁବ୍ ଭଲ ମାନୁଥିଲା। ଅସଲ କଥା ହେଲା ଆମେରିକୀୟ ଗାୟକ ନିକ୍ ଜୋନ୍‌ସ ନିଜର ଜଣେ ସାଙ୍ଗଙ୍କର ବାହାଘରକୁ ଯାଇଥିଲେ। ତାଙ୍କର ସାଥ୍ ଦେଇଥିଲେ ପ୍ରିୟଙ୍କା ଚୋପ୍ରା।

ସେହି ବାହାଘର ପାର୍ଟିରେ ନିକ ଓ ପ୍ରିୟଙ୍କାଙ୍କର ମଜାଦାର ମୁହୂର୍ତ୍ତ ସବୁକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଉଭୟଙ୍କର ଯେଉଁସବୁ ଫଟୋ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଛି, ସେଥିରୁ ଅନୁମାନ କରାଯାଉଛି କି ପ୍ରିୟଙ୍କା ଓ ନିକ୍ କେବଳ ବନ୍ଧୁ ନୁହଁନ୍ତି, ଉଭୟଙ୍କର ପ୍ରେମ ସମ୍ପର୍କ ନିଶ୍ଚିତ ଭାବେ ରହିଛି।

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ଙ୍କ ଆଫେଆର୍‌କୁ ନେଇ କେବଳ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉନାହିଁ, ବରଂ ବଲିଉଡରେ ବି ଏହା ସତ ବୋଲି କୁହାଯାଉଛି। ତେବେ ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ମାଆ ମଧୁ ଚୋପ୍ରା ନିକ୍‌ଙ୍କ ସହ ପ୍ରିୟଙ୍କାଙ୍କ ଡେଟିଂ କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଏହା କେବଳ ଅପପ୍ରଚାର ମାତ୍ର। କିନ୍ତୁ ପ୍ରିୟଙ୍କା ଏହି ପ୍ରସଙ୍ଗରେ ଏଯାଏଁ ମୁହଁ ଖୋଲିନାହାନ୍ତି।

ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ନିକ୍‌ଙ୍କ ପୂର୍ବରୁ ଅନ୍ୟ କେତେ ଜଣଙ୍କ ସହିତ ବି ଆଫେଆର୍ ପାଇଁ ଚର୍ଚ୍ଚିତ ହୋଇଥିଲେ। ସେଥିମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ହରମନ୍ ବାୱେଜା।

ହରମନ୍‌ ବାୱେଜା ହେଲେ ଜଣାଶୁଣା ନିର୍ମାତା- ନିର୍ଦ୍ଦେଶକ ହରି ବାୱେଜାଙ୍କ ପୁଅ। ହରମନ୍‌ଙ୍କୁ ହରି ବାୱେଜା ନିଜ ଫିଲ୍ମ ‘ଲଭ୍‌ଷ୍ଟୋରି-୨୦୫୦ରେ ଲଞ୍ଚ୍ କରିଥିଲେ। ଏହି ଫିଲ୍ମରେ ପ୍ରିୟଙ୍କା ଫିମେଲ୍ ଲିଡରେ ଥିଲେ।

‘ଲଭ୍‌ଷ୍ଟୋରି- ୨୦୫୦’ର ସୁଟିଂ ସମୟରେ ହିଁ ହରମନଙ୍କ ସହିତ ପ୍ରିୟଙ୍କା ଚୋପ୍ରା ପ୍ରେମ ସମ୍ପର୍କ ଯୋଡ଼ିଥିଲେ। ଦୁହେଁ ପ୍ରେମୀ ଯୁଗଳ ଭାବେ ଅବାଧ ମିଳାମିଶା କରୁଥିଲେ।

ଖାଲି ସେତିକି ନୁହେଁ ହରମାନଙ୍କ ଘରକୁ ପ୍ରିୟଙ୍କା ମଧ୍ୟ ନିୟମିତ ଭାବେ ଯାଉଥିଲେ। ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ପ୍ରିୟଙ୍କା ଚୋପ୍ରା ହରମନଙ୍କୁ ବିବାହ କରିବେ। ହେଲେ ସେଭଳି କିଛି ଘଟିନଥିଲା। ହରମନ୍ ଓ ପ୍ରିୟଙ୍କାଙ୍କୁ ନେଇ ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍ ଏକ ଫିଲ୍ମ ନିର୍ମାଣ କରିଥିଲେ। ଏହାର ଟାଇଟଲ୍ ଥିଲା ‘ହ୍ୱାଟ୍ ଇଜ୍ ୟୋର୍ ରାଶି’। ଏହା ବି ଫେଲ୍ ମାରିଥିଲା। ଏହାପରେ ହରମନ୍ ଓ ପ୍ରିୟଙ୍କାଙ୍କର ବ୍ରେକ୍ଅପ୍‌ ହୋଇଯାଇଥିବାର ଶୁଣିବାକୁ ମିଳିଥିଲା।

Comment