ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାରମାନଙ୍କୁ ଆଜିକାଲି ଅଧିକାଂଶ ରିଆଲିଟି ସୋରେ ଜଜ୍ ଭାବେ ଦେଖିବାକୁ ମିଳୁଛି ସେମାନଙ୍କର ପାରିଶ୍ରମିକ କଥା ଜାଣିଲେ ଆପଣ ବି ଚମକି ପଡ଼ିବେ ଆସନ୍ତୁ ଜାଣିବା କାହାର ଫିସ୍ କେତେ?

ବଲିଉଡ ଷ୍ଟାରମାନେ ଫିଲ୍ମରେ କାମ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଆଉ ତା’ ସାଙ୍ଗକୁ ସେମାନେ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ରେ ଜଜ୍ ଭାବେ ମଧ୍ୟ ମାକ କରି ଆୟ କରୁଛନ୍ତି କୋଟି ଟଙ୍କା। ଆସନ୍ତୁ ଜାଣିବା କେଉଁ ଫିଲ୍ମଷ୍ଟାର୍ ରିଆଲିଟି ସୋ’ରେ ଜଜ୍ ହୋଇ କେତେ ଟଙ୍କା ପାଉଛନ୍ତି।

ଶିଳ୍ପା ସେଟ୍ଟି

ନବେ ଦଶକର ଲୋକପ୍ରିୟ ନାୟିକା ଶିଳ୍ପା ସେଟ୍ଟି ବିବାହ ପରେ ଅଭିନୟ କ୍ଷେତ୍ରରୁ ଦୂରେଇ ଯାଇଛନ୍ତି। ହେଲେ ସେ ରିଆଲିଟି ସୋ’ରେ ଜଜ୍ ଭାବେ ନଜର ଆସୁଛନ୍ତି।

ଶିଳ୍ପା ସେଟ୍ଟି ସୁପର ଡ୍ୟାନ୍ସର ସିଜିନ୍-୧ରେ ଜଜ୍‌ ହେବା ଲାଗି ୧୪ କୋଟି ଟଙ୍କାର ପାରିଶ୍ରମିକ ନେଇଥିବା ଶୁଣାଯାଏ।

ମାଧୁରୀ ଦୀକ୍ଷିତ

ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ବି ରିଆଲିଟି ସୋ’ରେ ଜଜ୍ ଭାବେ କାମ କରୁଛନ୍ତି। ସେ ନୃତ୍ୟ ଉପରେ ଆଧାରିତ ରିଆଲିଟି ସୋ’ ‘ଝଲକ୍ ଦିଖ୍‌ଲା ଯା’ରେ ପ୍ରତିଟି ଏପିସୋଡ଼୍ ପାଇଁ ଏକ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ।

କରଣ ଜୋହର୍

ବଲିଉଡର ଖ୍ୟାତନାମା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ରିଆଲିଟି ଡ୍ୟାନ୍ସ ସୋ ‘ଝଲକ୍ ଦିଖ୍‌ଲା ଯା’ରେ ଜଜ୍‌ ବନିଥିଲେ। ସେ ଏହାର ପ୍ରତ୍ୟେକ ସିଜିନ୍ ପାଇଁ ୧୦ କୋଟି ଟଙ୍କା ନେଇଥିଲେ।

ଜାକ୍ଲିନ୍ଫର୍ଣ୍ଣାଣ୍ଡିଜ୍

ବଲିଉଡର ହଟ୍ ହିରୋଇନ୍ ଜାକ୍‌ଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ଡ୍ୟାନ୍ସ ରିଆଲିଟି ସୋ ‘ଝଲକ୍ ଦିଖ୍‌ଲା ଯା’ରେ ଜଜ୍ ଭାବେ ଦେଖିବାକୁ ପାଇଥିଲେ ଦର୍ଶକ। ଏହାର ପ୍ରତି ଏପିସୋଡ ପାଇଁ ଜାକଲିନ୍‌ ୧ କୋଟି ୨୫ ଲକ୍ଷ ଟଙ୍କା ନେଇଥିଲେ।

ସୋନାକ୍ଷୀ ସିହ୍ନା

ବଲିଉଡର ଲୋକପ୍ରିୟ ନାୟିକା ସୋନାକ୍ଷୀ ସିହ୍ନା ଡ୍ୟାନ୍ସ ରିଆଲିଟି ସୋ ‘ନଚ ବଲିଏ’ରେ ଜଜ୍ ଭାବେ ନଜର ଆସିଥିଲେ। ସେ ଏଥିପାଇଁ ପ୍ରତି ଏପିସୋଡ ଲାଗି ପାରିଶ୍ରମିକ ବାବଦରେ ନେଇଥିଲେ ଏକ କୋଟି ଟଙ୍କା।

ସୋହେଲ୍ ଖାନ୍

ଘରେ ଘରେ ବେଶ୍ ଲୋକପ୍ରିୟ ଏକ କମେଡି ରିଆଲିଟି ସୋ କମେଡି ସର୍କସରେ ଜଣାଶୁଣା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସୋହେଲ ଖାନ୍ ଜଜ୍ ଭାବେ ମଧ୍ୟ କାମ କରିଛନ୍ତି। ସେ ଏଥିପାଇଁ ୩ କୋଟି ଟଙ୍କା ନେଇଥିବା ଜଣାଯାଇଛି। ଏହି ସୋ’ରୁ କପିଲ ଶର୍ମାଙ୍କ ଭଳି ନାମୀ କମେଡିଆନ୍ ନିଜ କମେଡି ଦୁନିଆର ଯାତ୍ରା ଆରମ୍ଭ କରିଥିଲେ।

ଅକ୍ଷୟ କୁମାର

ରିଆଲିଟି ସୋ ‘ଲାଫ୍ଟର ଚାଲେଞ୍ଜ୍’ରେ ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାର ଜଜ୍ ବନିଥିଲେ। ଏଥିପାଇଁ ସେ ପ୍ରତି ଏପିସୋଡ୍ ପିଛା ୧ କୋଟି ୬୫ ଲକ୍ଷ ଟଙ୍କାର ପାରିଶ୍ରମିକ ନେଇଥିବା କୁହାଯାଏ।

Comment