ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଳମ୍ବରେ ହେଲେ ମଧ୍ୟ ମୌସୁମୀ ବର୍ଷାର ଆଗମନରେ ସମସ୍ତଙ୍କ ମନରେ ଅହେତୁକ ଆନନ୍ଦ ଖେଳିଯାଇଛି। ବର୍ଷା ଆସିବା ପରେ କିଏ କ’ଣ ଭାବୁଛନ୍ତି ଅଥବା ଭାବିଥାଇପାରନ୍ତି ତାର ଏକ ସମ୍ୟକ ବିବରଣୀ ଏଠାରେ ପ୍ରଦାନ କରାଯାଇଛି। ବାରିପଦାରେ ମୌସୁମୀ ବର୍ଷା ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା:

“ମୌସୁମୀ ବର୍ଷାରେ ବାରିପଦାକୁ ଭିଜେଇ ଥିବାରୁ ଭଗବାନଙ୍କୁ ଧନ୍ୟବାଦ” -ବାରିପଦା ବାସୀ।

“ମୌସୁମୀ ଏତେ ଡେରିରେ ଆସିବା ଏକ ରାଜନୈତିକ ଚକ୍ରାନ୍ତ”-ଜେଏମଏମ।

“ପ୍ରଶାସନର ନିରନ୍ତର ଚେଷ୍ଟାରେ ମୌସୁମୀ ଆସିଛି”-ଜିଲ୍ଲାପାଳ, ମୟୁରଭଞ୍ଜ।

“ଯେତେଦିନ ମୌସୁମୀ ବାରିପଦାରେ ରହିବ, ତାକୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ”-ପୋଲିସ ଅଧୀକ୍ଷକ, ମୟୁରଭଞ୍ଜ

” ଆଦିବାସୀ ଅଧ୍ୟୁସିତ ମୟୁରଭଞ୍ଜ ଜିଲ୍ଲାକୁ ଉପେକ୍ଷା କରା ଯାଉଛି” -ଭଞ୍ଜ ସେନା।

“କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ମୌସୁମୀ ଆସିବାକୁ ବିଳମ୍ବ ହେଇଛି”-ମୁଖ୍ୟମନ୍ତ୍ରୀ, ଓଡ଼ିଶା।

” ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଆଜି ଓଡ଼ିଶାକୁ ମୌସୁମୀ ଆସିପାରିଛି” -ବିଜୁ ଜନତା ଦଳ।

“ଠିକ୍ ସମୟ ରେ ମୌସୁମୀ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି”-ଉପବାଚସ୍ପତି, ଓଡ଼ିଶା ବିଧାନସଭା।

“ଠିକ୍ ସମୟରେ ବର୍ଷା କରାଇ ଥିବାରୁ ବାରିପଦା ବାସୀ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ପାଖରେ କୃତଜ୍ଞ”-ବାରିପଦା ନଗରପାଳ।

“ମୌସୁମୀ ଦୁର୍ନୀତିର ସିବିଆଇ ତଦନ୍ତ ହେଉ”-ରାଜ୍ୟ କଂଗ୍ରେସ।

“ମୌସୁମୀ ବର୍ଷାର ୬୦% କେନ୍ଦ୍ର ସରକାରଙ୍କ ଅବଦାନ”-ଧର୍ମେନ୍ଦ୍ର ପ୍ରଧାନ।

“ଏଥର କଂଗ୍ରେସ ସରକାରକୁ ଆସିଲେ ସବୁ ବର୍ଷ ଠିକ୍ ସମୟରେ ମୌସୁମୀ ଆସିବ”-ରାହୁଳ ଗାନ୍ଧି।

(କହିରଖୁ ଯେ ଏହା ଏକ କାଳ୍ପନିକ ଖବର ଓ ପାଠକଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ)

Comment