ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଶୁକ୍ରବାରଦିନ ସକାଳୁ ଏକ ଅଘଟଣ ଘଟିଛି। ଚଳନ୍ତା ବସ୍ ଉପରେ ଗଳି ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଯାଉଥିବା ଯାତ୍ରୀ।

କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ପାରାଦୀପରୁ ବାଲିପଡ଼ା ଯାଉଥିଲାବେଳେ ୧୧ କେଭିର ବିଦ୍ୟୁତ୍‌ ଖୁଣ୍ଟ ବସ୍‌ ଉପରେ ପଡ଼ିଯାଇଥିଲା। ଖୁଣ୍ଟ ଭାଙ୍ଗି ପଡ଼ି ଉପରେ ଯାଇଥିବା ବିଦ୍ୟୁତ ତାର ଉପରେ ପଡ଼ିଯାଇଥିଲା। ଫଳରେ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସରେ ପାଖାପାଖି ୫୦ଜଣ ଯାତ୍ରୀ ଥିଲେ। ଶୁକ୍ରବାରଦିନ ସକାଳ ୧୦ଟା ୩୦ ମିନିଟ୍‌ରେ ଏହି ଅଘଟଣ ଘଟିଛି।

ଖବର ପାଇ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚିଥିଲେ। ଲାଇନ୍‌କୁ କଟାଯାଇ ବସ୍‌ ଉପରୁ ଖୁଣ୍ଟିକୁ ହଟାଯାଇଥିଲା।

Comment