ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାତ୍ରୀ ଭିଡ଼କୁ ଏଡାଇବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଶୁକ୍ରବାରଠାରୁ ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ ସେବା ଆରମ୍ଭ ହୋଇଛି। 

ଶୁକ୍ରବାରଠାରୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ୍‌ ସେବା। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ।

ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍‌ ପହଞ୍ଚିବ।  ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍‌। ଶନିବାର ବ୍ରହ୍ମପୁରରୁ ଖୋର୍ଦ୍ଧା ଏବଂ ରବିବାର ଖୋର୍ଦ୍ଧା ଓ ବ୍ରହ୍ମପୁର ମଧ୍ୟରେ ମେମୁ ସ୍ପେସାଲ ଟ୍ରେନ୍‌ ଚଳାଚଳ କରିବ।

ଏହି ନୂଆ ଗାଡିରେ ୧୨ଟି ମେମୁ କୋଚ ରହିଛି। ଭୁବନେଶ୍ୱର-ବ୍ରହ୍ମପୁର ମଧ୍ୟରେ ଏହା ଯାତ୍ରୀ ଭିଡ କମାଇବାରେ ସହାୟକ ହେବ।

ହାଇକୋର୍ଟ, ବଡ଼ ମେଡ଼ିକାଲ, ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ରାଜଧାନୀର ସଚିବାଳୟ ଓ ବିଭିନ୍ନ ପ୍ରତିଷ୍ଠାନରେ ଚାକିରି କରୁଥିବା କର୍ମଜୀବୀ ଓ ସାଧାରଣ ଲୋକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ସହାୟକ ହେବ। ପୂର୍ବର ବ୍ରହ୍ମପୁର-କଟକ ପାସେଞ୍ଜର୍‌ ଟ୍ରେନ୍ର ସମୟରେ ଏହି ମେମୁ ଟ୍ରେନ୍‌ ଯାତ୍ରା କରିଛି।

ଏହି ଲାଇନର ରବିବାର ଦିନ ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ସେବା ପୂର୍ବଭଳି ନିର୍ଦ୍ଧାରିତ ସମୟରେ ଚଳାଚଳ କରିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ସେହିପରି ପ୍ରତି ଶନିବାର ଦିନ ଏହି ଟ୍ରେନ୍‌ ବ୍ରହ୍ମପୁର-ଖୋର୍ଦ୍ଧା ଓ ରବିବାର ଦିନ ଏହା ଖୋର୍ଦ୍ଧା-ବ୍ରହ୍ମପୁର ମେମୁ ସ୍ପେସାଲ୍‌ ଭାବେ ଯାତ୍ରା କରିବ। ଚଳିତ ମାସ ୩୦ ଶନିବାର ଓ ଜୁଲାଇ ପହିଲା ରବିବାରରୁ ଏହା ଆରମ୍ଭ ହେବ।

ଜାଣନ୍ତୁ ମେମୁ ସ୍ପେଶାଲ ଟ୍ରେନ୍ସମ୍ପର୍କରେ କିଛି ରୋଚକ କଥା

  • ଯାତ୍ରୀ ଭିଡ଼ ଏଡାଇବା ଲକ୍ଷ୍ୟରେ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି।
  • ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ନୂତନ ଟ୍ରେନ୍‌ରେ ୧୨ଟି ମେମୁ କୋଚ୍‌ ରହିଛି।
  • ଏହି ଟ୍ରେନ୍‌ରେ ବଗି ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତମ ଶୌଚାଳୟର ବ୍ୟବସ୍ଥା ମଧ୍ୟ ଏହି ଟ୍ରେନ୍‌ରେ ରହିଛି।
  • ଏହି ଟ୍ରେନ୍‌ରେ ଇଞ୍ଜିନ୍ ବଦଳାଇବାକୁ ପଡି ନ ଥାଏ ଓ ଏହା ଦ୍ରୁତ ଗତିରେ ଚାଲିଥାଏ। ଟ୍ରେନ୍‌ର ମଧ୍ୟଭାଗରେ ଏହାର ଇଂଜିନ୍‌ ରହିଥିବାରୁ ଏହାର ପରିବର୍ତନର ଆବଶ୍ୟକତା ନାହିଁ।
  • ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ମେମୁ ଟ୍ରେନ୍‌ କ୍ଷୀପ୍ର ଗତିରେ ଯାତ୍ରା କରିବା ସହିତ ଷ୍ଟେସନ୍‌ରେ ଜଲ୍‌ଦି ବନ୍ଦ ଓ ଜଲ୍‌ଦି ଆରମ୍ଭ ହେବାର କ୍ଷମତା ଧାରଣ କରିଛି।

Comment