ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରେ ରଖି କଂଗ୍ରେସ ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ସ୍କ୍ରିନିଂ କମିଟି ଗଠନ କରିଛି।

୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ। ଏଥିପାଇଁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ନୂଆ ସ୍କ୍ରିନିଂ କମିଟି ଗଠନ କରିଛି। ରାହୁଲଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ସ୍କ୍ରିନିଂ କମିଟିରେ ଓଡ଼ିଶା ପାଇଁ ଜଣେ ଅଧ୍ୟକ୍ଷ ଏବଂ ୨ ଜଣ ସଦସ୍ୟ ଅଛନ୍ତି।

ଭିଡି ସାଥେସାନ ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କୀ ସଦସ୍ୟ ଅଛନ୍ତି। ଭିଡି ସାଥେସାନ ବର୍ତ୍ତମାନ କେରଳର ପାରୁର ଲୋକସଭା ଆସନରୁ ସାଂସଦ ଅଛନ୍ତି। ସେହିପରି ଜିତନ ପ୍ରସାଦ ହେଉଛନ୍ତି ଉତ୍ତର ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ। ନୌସାଦ ସୋଲାଙ୍କୀ ଗୁଜୁରାଟର ଦାସଦା ଜିଲ୍ଲାର ବିଧାୟକ ଅଛନ୍ତି।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମ ପାଇଁ ମଧ୍ୟ ଏହି ସ୍କିନିଂ କମିଟି ଗଠନ କରାଯାଇଛି। ଏହି ସବୁ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ହେବାକୁ ଥିବା ପ୍ରାର୍ଥୀ ଚୟନରେ ସହଯୋଗ କରିବା ନେଇ ଏହି କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।

Comment