ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ୍ କାପାଡିଆ ନିଜର ବ୍ୟକ୍ତିଗତ ପ୍ରସଙ୍ଗ ନେଇ ଅନେକ ସମୟରେ ଚର୍ଚ୍ଚାକୁ ଆସନ୍ତି। ଆସନ୍ତୁ ଜାଣିବା ତାଙ୍କର ରିଲ୍ ଓ ରିଅର୍ ଲାଇଫ୍ର କିଛି ଘଟଣା, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା…
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଉଲ୍ଲେଖନୀୟ ସିନେମାଗୁଡ଼ିକ ହେଲା ‘ବବି’, ‘ମଂଜିଲ୍ ମଂଜିଲ୍’, ‘ସାଗର’, ‘ଏତବାର୍’, ‘ଅର୍ଜୁନ’, ‘ଇନ୍ସାଫ୍’, ‘ଗୁନାହୋଁ କା ଫୈସଲା’, ‘ଜଖ୍ମୀ ଔରତ୍’, ‘ରାମ୍ ଲଖନ୍’, ‘ଆଗ୍କା ଗୋଲା’, ‘ଖୁନ୍ କା କର୍ଜ’, ‘ଜାଁବାଜ୍’, ‘ଦବଙ୍ଗ’, ‘ଦିଲ୍ ଚାହତା ହେ’ ଓ ‘କକ୍ଟେଲ୍’ ଇତ୍ୟାଦି।
କିଛିବର୍ଷର ବ୍ରେକ୍ ପରେ ବଲିଉଡକୁ ଯେତେବେଳେ ପୁଣିଥରେ ଫେରିଥିଲେ ଡିମ୍ପଲ କାପାଡିଆ, ସେତେବେଳେ ତାଙ୍କୁ ଯେଉଁସବୁ ଫିଲ୍ମ ମିଳିଥିଲା, ସେଥିମଧ୍ୟରୁ ଗୋଟିଏ ହେଲା ‘ସାଗର’। ଏଥିରେ ଡିମ୍ପଲ୍ କମଲ ହାସନ୍ ଓ ଋଷି କପୁରଙ୍କ ସହିତ କାମ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ସିପ୍ପୀ।
ଫିରୋଜ ଖାନଙ୍କ ନିର୍ଦ୍ଦେଶିତ ‘ଜାଁବାଜ୍’ ଫିଲ୍ମରେ ଅନୀଲ କପୁରଙ୍କ ସହିତ ନଜର ଆସିଥିଲେ ଡିମ୍ପଲ।
ଫରହାନ୍ ଅଖତରଙ୍କ ପ୍ରଥମ ଫିଲ୍ମ ‘ଦିଲ୍ ଚାହତା ହେ’ରେ ତାଙ୍କଠୁ ବୟସରେ ଢେର ସାନ ଅକ୍ଷୟ ଖାନ୍ନାଙ୍କ ପ୍ରେମିକା ଭୂମିକା ନିଭାଇ ବି ଚର୍ଚ୍ଚିତା ହୋଇଥିଲେ ଡିମ୍ପଲ କାପାଡିଆ।
ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ ଡିମ୍ପଲ କାପାଡିଆ। ସେ ୧୯୫୭ ମସିହା ଜୁନ୍ ୮ ତାରିଖରେ ଜନ୍ମ ହୋଇଥିଲେ ମୁମ୍ବାଇରେ। ମାତ୍ର ୧୫ ବର୍ଷ ବୟସରେ ଷ୍ଟାରଡମ୍ ପାଇଥିଲେ ଡିମ୍ପଲ୍।
ସୋ’ମ୍ୟାନ୍ ରାଜ କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ‘ବବି’ରେ ଋଷି କପୁରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ ଡିମ୍ପଲ୍। କିନ୍ତୁ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କଠାରୁ ୧୫ ବର୍ଷ ବଡ଼ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ରାଜେଶ ଖାନ୍ନାଙ୍କ ସହିତ ତାଙ୍କର ବୈବାହିକ ଜୀବନ ବିଶେଷ ସୁଖମୟ ନଥିଲା। କିଛିବର୍ଷ ପରେ ବଲିଉଡକୁ ଫେରିଥିଲେ ଡିମ୍ପଲ।
ସେହି ସମୟରେ ଡିମ୍ପଲ ସନ୍ନିଦେଓଲଙ୍କ ସହ ‘ଅର୍ଜୁନ’, ‘ମଂଜିଲ୍ ମଂଜିଲ୍’ ଆଦି ସିନେମାରେ କାମ କରିଥିଲେ। ସନ୍ନି ଓ ଡିମ୍ପଲଙ୍କ ଲଭ୍ ଆଫେଆରର ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ସେ ଦୁହେଁ ଗୋପନରେ ବିବାହ କରିଥିଲେ ବୋଲି ମଧ୍ୟ କୁହାଯାଏ। କିନ୍ତୁ ସନ୍ନିଦେଓଲଙ୍କୁ ପତ୍ନୀ ପୂଜା ଧମକାଇବା ପରେ ସନ୍ନି ଡିମ୍ପଲଙ୍କଠାରୁ ଦୂରେଇ ଯାଇଥିଲେ।
ଗତବର୍ଷ ସନ୍ନି ଦେଓଲ ଓ ଡିମ୍ପଲ କାପାଡିଆ ଏକ ସପ୍ତାହ ପାଇଁ ଲଣ୍ଡନ ଯାଇଥିବାର ଚର୍ଚ୍ଚା ଖୁବ୍ ଜୋର ଧରିଥିଲା। ସେଠାରେ ସେ ଦୁହେଁ ପରସ୍ପରର ହାତ ଧରିଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ସନ୍ନି ଦେଓଲଙ୍କ ବୟସ ବି ଷାଠିଏ ଟପିଗଲାଣି। ଏବେ ବି ଉଭୟଙ୍କ ଭିତରେ ପରସ୍ପର ପ୍ରତି ଆକର୍ଷଣ ରହିଥିବାର ଚର୍ଚ୍ଚା ହୁଏ।