ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ଡଙ୍ଗାବୁଡି ଘଟଣାରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ହୋଇଛି।

ସୋମବାରଦିନ ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ସହଯୋଗୀ ଚାଳକ ଅର୍ଜୁନ ବେହେରାଙ୍କୁ ପୋଲିସ ସାମନ୍ତରାପୁରରୁ ଗିରଫ କରିଛି। ଏହାପୂର୍ବରୁ ଡଙ୍ଗା ମାଲିକ ବସନ୍ତ ବେହେରାଙ୍କୁ ଗିରଫ କରାଯାଇଥିଲା।

୧୭ ତାରିଖରେ ଚିଲିକାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ୧୬ ଜଣ ଯାତ୍ରୀଙ୍କୁ ନେଇ କାଳିଜାଈରୁ ବାଲୁଗାଁ ଫେରୁଥିବା ଦେଶୀ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଫଳରେ ୧୬ ଜଣ ଯାତ୍ରୀ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏଥିରେ ୬ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା।

Comment