ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ଲାଟିନମ୍ ଜୁବୁଲିକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ବର୍ଷସାରା ଚାଲିବ କାର୍ଯ୍ୟକ୍ରମ
  • ପ୍ରତ୍ୟେକ ବିଭାଗ କରିବେ ଦୁଇଟି ଲେଖାଏଁ କାର୍ଯ୍ୟକ୍ରମ
  • ୨୦୧୯ ଜୁଲାଇ ୭ରେ ହେବ ଉଦଯାପନ

ଓଡ଼ିଶାର ଅନ୍ୟତମ ପ୍ରମୁଖ ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବର୍ଷ ତାର ପ୍ଲାଟିନମ ଜୁବୁଲି ପାଳନ କରୁଛି। ଏହି ଉପଲକ୍ଷେ ଆସନ୍ତା ୭ ତାରିଖରୁ ଉତ୍ସବ ପାଳନ ଆରମ୍ଭ ହେବ। ଏହା ଏକ ବର୍ଷ ଧରି ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ଲାଟିନାମ ଜୁବୁଲି ଉତ୍ସବକୁ ଉଦଘାଟନ କରିବେ।

୨୦୧୯ ଜୁଲାଇ ୭ ତାରିଖରେ ଉଦଯାପିତ ହେବ ପ୍ଲାଟିନମ୍ ଉତ୍ସବ। ଏହି ବର୍ଷେ ଭିତରେ ଅନେକ ଇଭେଣ୍ଟ ସ୍ଥିର କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପ୍ରତ୍ୟେକ ବିଭାଗ ଦୁଇଟି ଲେଖାଏଁ କାର୍ଯ୍ୟକ୍ରମ କରିବେ। ଜାତୀୟ ସ୍ତରରେ ଆଲୋଚନା ଚକ୍ର, କର୍ମଶାଳା ଓ ପ୍ରଦର୍ଶନୀମାନ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟର ମୋଟ ୨୩ଟି ବିଭାଗ ରହିଛି। ଏହାଛଡା ଛାତ୍ର ସଂସଦ, ଅନ୍ୟାନ୍ୟ ସଂସଦ ଓ ଆଲୁମିନି ଆସୋସିଏସନ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ପୂର୍ବରୁ ଜୁଲାଇ ୭,୧୯୪୪ରେ ସମ୍ବଲପୁର କଲେଜ ନାମରେ ଆରମ୍ଭ ହୋଇଥିଲା। ତା ପରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ନାମରେ ଏହାକୁ ୧୯୪୯ରେ ନାମିତ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ମହାବିଦ୍ୟାଳୟ ଓ ଓଡ଼ିଶାର ଦ୍ୱିତୀୟ ବଡ଼ କଲେଜକୁ (ରେଭେନ୍ସା ମହାବିଦ୍ୟାଳୟ ପରେ) ୧୯୯୧ରେ ସ୍ୱୟଂଚାଳିତ ପାହ୍ୟା ମିଳିଥିଲା।

୩୦ ମେ ୨୦୧୫ରେ ଓଡ଼ିଶା ସରକାର ଏହାକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ। ସମଗ୍ର ପଶ୍ଚିମ ଓଡ଼ିଶା ସମେତ କେନ୍ଦୁଝର, ଢେଙ୍କାନାଳ ଓ ଫୁଲବାଣୀରୁ ମଧ୍ୟ ଛାତ୍ରଛାତ୍ରୀ ଏଠାକୁ ଅଧ୍ୟୟନ ପାଇଁ ଆସିଥାନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ବିଗତ ସାତ ଦଶନ୍ଧି ଧରି ଅନେକ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

Comment