ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ବାପା ସମ୍ମୁଖରେ ଝିଅକୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।

ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଦାରିଙ୍ଗିବାଡ଼ିରୁ ପର୍ତ୍ତମାହା ଦେଇ ଘରକୁ ଫେରିବା ବେଳେ ସଂପୃକ୍ତ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦାରିଙ୍ଗବାଡି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା।

ଦିବ୍ୟାଙ୍ଗ ବାପା ନିଜ ନାବାଳିକା ଝିଅ ସହ ଜାତିଗତ ପ୍ରମାଣ ପତ୍ର ଆବେଦନ କରିବାକୁ ଦାରିଙ୍ଗବାଡିକୁ ଯାଇଥିଲେ। ଦାରିଙ୍ଗବାଡିରୁ ନିଜ ଗ୍ରାମକୁ ଆସୁଥିବା ସମୟରେ ଲିପୁନ ନାୟକ ଓ ତା ସାଙ୍ଗ ପୀଡ଼ିତାଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ଗଣ ବଳାତ୍କାର କରିଥିଲେ। ଅଭିଯୁକ୍ତ ଦୁଇ ଜଣ ନାବାଳକ ବୋଲି ଜଣାପଡିଛି।

ଗଣବଳାତ୍କାର ପରେ ଦୁଇ ଜଣ ବାଳକ ପୀଡ଼ିତାଙ୍କୁ ଛାଡି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଏହାପରେ ସମ୍ପୃକ୍ତ ନାବାଳିକାଙ୍କ ବାପା ନିକଟସ୍ଥ ଗ୍ରାମବାସୀଙ୍କୁ ଡାକିବା ସହ ଝିଅକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଗାଁ ଲୋକେ ପହଞ୍ଚିବା କ୍ଷଣି ଘଟଣାସ୍ଥଳରୁ ୨ ନାବାଳକ ଫେରାର୍ ହୋଇଯାଇଥିଲେ।

ଗ୍ରାମବାସୀମାନେ ଜଙ୍ଗଲ ମଧ୍ୟକୁ ଯାଇ ଲିପୁନ ଓ ତା ସାଙ୍ଗକୁ ଦେଖିଥିଲେ। ଗ୍ରାମବାସୀଙ୍କୁ ଦେଖି ଲିପୁନର ସାଙ୍ଗ ଖସି ପଳାଇଥିବା ବେଳେ ଲିପୁନୁ ଧରା ପଡ଼ିଯାଇଥିଲା। ପରେ ଗ୍ରାମବାସୀମାନେ ତାକୁ ନିସ୍ତୁକ ଛେଚିଥିଲେ। ଗ୍ରାମବାସୀଙ୍କ ମାଡରେ ଲିପୁନର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ବ୍ରହ୍ମପୁର ମେଡିକାଲରେ ସ୍ଥାନାନ୍ତରିତ କରାଯାଇଛି।

ଏନେଇ ଥାନାରେ ଅଭିଯୋଗ ହେବା ପରେ ଫୁଲବାଣୀ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

Comment