ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର। ଏକଥା ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି। ପରିବାର ଓ ମୋ ନିଜ ଫ୍ୟାନମାନଙ୍କ ପାଇଁ ରୋଗ ଲଢେଇ ଜାରି ରଖିବି ବୋଲି କହିଛନ୍ତି ସୋନାଲି।

ତାଙ୍କୁ ହାଇ ଗ୍ରେଡ଼ର କର୍କଟ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଦୀର୍ଘ ଦିନ ଧରି ଶରୀର ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ପରୀକ୍ଷାରୁ କର୍କଟ ରୋଗ ଚିହ୍ନଟ ହୋଇଥିଲା। ସୋନାଲି ଏବେ ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି।


ବହୁ ହିନ୍ଦୀ ଚଳଚ୍ଚିତ୍ରର ସଫଳ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଶରୀରରେ କ୍ୟାନସର ରୋଗ ଥିବା ସତ୍ତ୍ୱେ ବେଶ ଦୃଢ଼ତା ଦେଖାଇଛନ୍ତି। ସୋନାଲି କହିଛନ୍ତି , “ମୁଁ ଏବେ ଏକ ପ୍ରକାର ଯୁଦ୍ଧ ଲଢ଼ୁଛି। ଏଥିରେ ମୋ ପରିବାର ଓ ଶୁଭେଛୁଙ୍କ ଆଶୀର୍ବାଦ ରହିଛି। ଶେଷ ପର୍ଯ୍ୟନ୍ତ ରୋଗ ସହ ଲଢ଼ିବି।”

ଏପରି ଏକ ଖବର ପ୍ରଚାରିତ ହେବା ପରେ ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ସହ ସ୍ତବ୍ଧ ହେଇ ଯାଇଛି ପୂରା ବଲିଉଡ।

Comment