ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଟକ ଘର ଏବଂ ଢେଙ୍କାନାଳ ଅଫିସରେ ଏକକାଳୀନ ଚଢ଼ାଉ
  • ୪ଟି ଦାମି କାର୍ ସମେତ ନଗଦ ଟଙ୍କା ଜବତ
  • ସୁନା ଅଳଙ୍କାର ବି ଜବତ
  • କଟକ-ଭୁବନେଶ୍ୱରରେ ୭ଟି ପ୍ଲଟ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳର ଆର୍‌ଟିଓ ବସନ୍ତ ବେହେରା। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଟିଓଙ୍କ କଟକସ୍ଥିତ ଘର ଏବଂ ଢେଙ୍କାନାଳ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଜବତ ହୋଇଛି।

ଏହି ମାଲଦାର ଆର୍‌ଟିଓଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୮୫ ଲକ୍ଷ ୭୫ ହଜାର ୩୨୬ ବୋଲି ଆକଳନ କରିଛି ଭିଜିଲାନ୍ସ।

ଏହାସହ ଆର୍‌ଟିଓଙ୍କର ଭୁ୍ବନେଶ୍ୱରରେ ଗୋଟିଏ ଘର ସମେତ କଟକ-ଭୁବନେଶ୍ୱରରେ ୭ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ଗୁରୁବାର ସକାଳେ ଭିଜିଲାନ୍ସ କଟକ ଘର ଏବଂ ଢ଼େଙ୍କାନାଳ ଅଫିସରେ ଏକକାଳୀନ ଚଢ଼ାଉ କରିଥିଲା।

Comment