ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଦିଭା ଆଲିଆ ଭଟ୍ଟ ନିଜର ଅଭିନୟ ପ୍ରତିଭା ପାଇଁ ଯେତିକି ପପୁଲାର, ଆଫେଆର ପାଇଁ ବି ସେତିକି ଚର୍ଚ୍ଚାରେ ରହିଆସିଛନ୍ତି ଆସନ୍ତୁ ତାଙ୍କ ଆଫେଆର୍ ସମ୍ପର୍କରେ ଜାଣିବା

ଆଲିଆ ଭଟ୍ଟ ବଲିଉଡର ଜଣେ ହଟ୍ ଓ ହିଟ୍ ନାୟିକା। ସେ ପିତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଂଘର୍ଷ’ ସିନେମାରେ ପ୍ରଥମେ ଶିଶୁ କଳାକାର ଭୂମିକା ନିଭାଇଥିଲେ। ଆଲିଆ ୨୦୧୧ରେ ରିଲିଜ୍‌ ହୋଇଥିବା କରଣ ଜୋହରଙ୍କ ସୁପରହିଟ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍’ ସିନେମାରୁ ହିରୋଇନ୍ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତିମଧ୍ୟରେ କେତୋଟି ସୁପରହିଟ୍ ସିନେମାର ନାୟିକା ବନିସାରିଲେଣି।

ଏବେ ଆସନ୍ତୁ ଆଲିଆ ଭଟ୍ଟଙ୍କ ବୟଫ୍ରେଣ୍ଡମାନଙ୍କ ଉପରେ ନଜର ପକାଇବା, ଯେଉଁମାନଙ୍କ ସହ ତାଙ୍କର ଆଫେଆର୍ ବେଶ୍ ଚର୍ଚ୍ଚିତ ହୋଇଥିଲା।

ବରୁଣ ଧୱନ୍

ଆଲିଆ ତାଙ୍କ ପ୍ରଥମ ସିନେମା ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍’ରେ କାମ କରିବା ବେଳେ ହିଁ ଆଜିକାର ଟପ୍ ହିରୋ ବରୁଣ ଧୱନଙ୍କ ସହ ଡେଟ୍ କରୁଥିବାର ଚର୍ଚ୍ଚା ହୋଇଥିଲା। ବରୁଣ ହେଉଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଡେଭିଡ୍ ଧୱନଙ୍କ ପୁତ୍ର ଓ ଆଲିଆ ହେଉଛନ୍ତି ମହେଶ ଭଟ୍ଟଙ୍କ କନ୍ୟା।

ବରୁଣ ଓ ଆଲିଆ ଫିଲ୍ମ ଫ୍ୟାମିଲିରୁ ଆସିଥିବାରୁ ଉଭୟଙ୍କ ଆଫେଆରର ସୁପରିଣାମ ଆସିବ ବୋଲି ଆଶା କରାଯାଉଥିଲା। ହେଲେ କିଛିଦିନରେ ଆଲିଆ ତାଙ୍କର ପ୍ରଥମ ସିନେମାର ଅନ୍ୟ କୋ-ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ସମ୍ପର୍କ ଯୋଡ଼ିଲେ।

ସିଦ୍ଧାର୍ଥ ମାଲହୋତ୍ରା

ଆଲିଆ ଭଟ୍ଟଙ୍କ ସହ ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କର କଥିତ ଆଫେଆରର ଚର୍ଚ୍ଚା ସବୁଠାରୁ ଅଧିକ ସମୟ ଧରି ଚାଲିଥିଲା। ସିଦ୍ଧାର୍ଥ ଓ ଆଲିଆ ନିଜ ନିଜର ବୃତ୍ତିଗତ ଜୀବନରୁ ଟିକେ ଫୁରସତ୍ ପାଇବା ମାତ୍ରେ ରୋମାନ୍‌ସ୍‌ରେ ମାତିଥିଲେ।

ଖାଲି ସେତିକି ନୁହେଁ, ଦୁହେଁ ବିଦେଶରେ ଯାଇ ସମୟ ମଧ୍ୟ ବିତାଉଥିଲେ। ସେଠାରେ ସେମାନଙ୍କର ହଟ୍ ଫଟୋ ମଧ୍ୟ ଅନେକ ସମୟରେ ଭାଇରାଲ୍ ହୋଇଥିଲା। ଆଲିଆ ଓ ସିଦ୍ଧାର୍ଥ ଲିଭ୍ ଇନ୍ ରିଲେସନ୍‌ସିପରେ ମଧ୍ୟ ରହିଥିଲେ। ଚର୍ଚ୍ଚା ହୋଇଥିଲା କି ସେ ଦୁହେଁ ବାହାହେବେ। ତେବେ ସେପରି ଘଟିଲା ନାହିଁ। କାରଣ ସିଦ୍ଧାର୍ଥ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଆଡକୁ ଢ଼ଳିଥିଲେ।

‘ଦ ଜେଣ୍ଟେଲ ମ୍ୟାନ୍‌’ ଫିଲ୍ମର ସୁଟିଂ ସମୟରେ ହଟ୍ ହିରୋଇନ୍‌ ଜାକଲିନ୍‌ ଓ ସିଦ୍ଧାର୍ଥଙ୍କ ଆଫେଆର୍‌ ସମସ୍ତଙ୍କ ସାମ୍ନାକୁ ଆସିଥିଲା। କିନ୍ତୁ ଦୁହେଁ ଏକଥାକୁ ସ୍ୱୀକାର କରିନଥିଲେ। ଶେଷରେ ସିଦ୍ଧାର୍ଥ-ଆଲିଆଙ୍କ ବ୍ରେକ୍ ଅପ୍ ହୋଇଥିଲା।

ରଣବୀର କପୁର

ସଂପ୍ରତି ବଲିଉଡର ଯେଉଁ ପ୍ରେମୀଯୁଗଳଙ୍କ କଥା ସବୁଠାରୁ ବେଶି ଚର୍ଚ୍ଚିତ ହୋଇଛି, ସେମାନେ ହେଲେ ରଣବୀର କପୁର-ଆଲିଆ ଭଟ୍ଟ। ରଣବୀର ଓ ଆଲିଆ ପ୍ରଥମଥର ପାଇଁ ଅୟାନ୍‌ ମୁଖାର୍ଜୀଙ୍କ ବିଗ୍‌ବଜେଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି। ଏହି ଫିଲ୍ମର ସୁଟିଂ ସମୟରେ ହିଁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ।

ଆଗରୁ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫଙ୍କ ସହ ରଣବୀର ରିଲେସନ୍‌ସିପ୍‌ରେ ଥିବା ବେଳେ ତା’କୁ ନେଇ ଅସନ୍ତୋଷ ଜାହିର କରିଥିଲେ ନୀତୁ। କିନ୍ତୁ ଆଲିଆଙ୍କ କ୍ଷେତ୍ରରେ ଏପରି କିଛି ଦେଖିବାକୁ ମିଳିନାହିଁ।

ଏବେ ତ ଆଲିଆ ଭଟ୍ଟ କପୁର ପରିବାର ସହିତ ପୂରାପୁରି ମିଶିଯାଇଛନ୍ତି। ନିକଟରେ ଆଲିଆ ରଣବୀର କପୁରଙ୍କ ଭଉଣୀ ରିଧିମାଙ୍କ ଝିଅର ହାତଧରି ରେସ୍ତୁରାଁଙ୍କୁ ଯାଉଥିବା ଓ ସାରା ପରିବାର ସହିତ ଡିନର୍ କରୁଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ବଲିଉଡରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ରଣବୀର ଓ ଆଲିଆ ୨୦୨୦ରେ ବାହା ହେବେ। ଇତିମଧ୍ୟରେ ରଣବୀର ଓ ଆଲିଆ ପରସ୍ପର ସହ ଥିବା ପ୍ରେମସମ୍ପର୍କକୁ ସ୍ୱୀକାର କରିସାରିଲେଣି। ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି କି ନାହିଁ, ତାହାର ଉତ୍ତର ସମୟ ହିଁ ଦେଇପାରିବ।

Comment