ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩୫ ଏକର ଜମିରେ କାରଖାନା
  • ଉଦଘାଟନ କଲେ ନରେନ୍ଦ୍ର ମୋଦି ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି
  • କାରଖାନାରେ ଖର୍ଚ୍ଚ ହୋଇ ୪ ହଜାର ୯୧୫ କୋଟି
  • ବର୍ଷକୁ ତିଆରି ହେବ ୧୨ କୋଟି ମୋବାଇଲ ଫୋନ

ଉତ୍ତରପ୍ରଦେଶର ନୋଏଡାରେ ଖୋଲିଲା ସାମସଙ୍ଗର ସବୁଠୁ ବଡ଼ ମୋବାଇଲ ଫୋନ ତିଆରି କାରଖାନା। ଏହାକୁ ଆଜି ଉଦଘାଟନ କରିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ପ୍ରେଜ ମୁନ ଜାଏ ଇନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୋଏଡା ସେକ୍ଟର-୮୧ରେ ସ୍ୟାମସଙ୍ଗ ଇଲେକ୍ଟ୍ରୋନିକ୍ସ ତରଫରୁ ୩୫ ଏକର ଜମିରେ ନିର୍ମାଣ ହୋଇଛି ଏହି ବିଶାଳ ମୋବାଇଲ୍ କାରଖାନା। ଏଥିପାଇଁ ୪ ହଜାର ୯୧୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଦୁଇ ଗୁଣା ମୋବାଇଲ ତିଆରି କରିବାର କ୍ଷମତା ରଖିଛି ଏହି ନୂଆ କାରଖାନା।

ବର୍ତ୍ତମାନ ଭାରତରେ ୬.୭ କୋଟି ସ୍ମାର୍ଟଫୋନ ସାମସଙ୍ଗ ତିଆରି କରୁଥିବା ବେଳେ ଏହି କାରଖାନା ଚାଲୁ ହେବା ପରେ ୧୨ କୋଟି ମୋବାଇଲ ଫୋନ ତିଆରି ହୋଇପାରିବ। କେବଳ ମୋବାଇଲ ନୁହେଁ, ଅନ୍ୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ମଧ୍ୟ ନିର୍ମାଣ ହେବ।

ମୋଦି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଦିଲ୍ଲୀ ମେଟ୍ରୋ ଟ୍ରେନରେ ନାଏଡା ଅଭିମୁଖେ ଯାତ୍ରା କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ରବିବାର ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Comment