ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୁମ୍ଫାରୁ ଉଦ୍ଧାର ହେଲେ ୧୧ ଖେଳାଳି
  • ରବିବାର ଉଦ୍ଧାର ହୋଇଥିଲେ ୪ ଜଣ
  • ସୋମବାର ବି ୪ ଜଣ ଉଦ୍ଧାର
  • ମଙ୍ଗଳବାର ୩ ଜଣ ଉଦ୍ଧାର

ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରେ ଫଶିଯାଇଥିବା ୧୬ ବର୍ଷରୁ କମ୍ ଫୁଟବଲ୍ ଟିମ୍‌ର ଖେଳାଳିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଙ୍ଗଳବାର ଦିନ ଆଉ ୩ ଜଣ କିଶୋର ଖୋଳାଳିଙ୍କୁ ଉଦ୍ଧାର କରାଯାଇଛି।

ରବିବାର ଓ ସୋମବାର ୮ ଜଣ ଖେଳାଳିଙ୍କୁ ଉଦ୍ଧାର କରାଯାଇଥିଲା। ତିନି ଦିନ ଭିତରେ ୧୧ ଜଣ ଖେଳାଳିଙ୍କୁ ଉଦ୍ଧାର କରାଯାଇଛି। ଆହୁରି ଦୁଇ ଜଣ ଖେଳାଳି ଗୁମ୍ଫା ମଧ୍ୟରେ ଏବେ ବି ଫଶି ରହିଛନ୍ତି।

୧୮ ଦିନ ତଳେ ମ୍ୟାଚ ଖେଳିସାରି ଥାଇଲାଣ୍ଡ ବୋର୍ ଟିମ୍‌ର ଖେଳାଳିମାନେ ଗୁମ୍ଫା ଭିତରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ବନ୍ୟା ପାଣି ଗୁମ୍ଫା ଭିତରକୁ ପଶିଯିବାରୁ ଖେଳାଳିମାନେ ବାହାରକୁ ଆସିପାରି ନଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଥାଇଲାଣ୍ଡ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଥିଲା।

Comment