ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ବିହନ ନିଗମ ଅଧ୍ୟକ୍ଷ ଥିବା ଯୋଗେନ୍ଦ୍ର ତ୍ରିପାଠୀଙ୍କ ଜାଗାରେ ଶ୍ରୀ ଢାଲିଙ୍କୁ ନିଯୁକ୍ତ କରାଯାଇଛି। ଯୋଗେନ୍ଦ୍ର ଆଜି ସକାଳେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ।
୧୯୯୨ରୁ ୨୦୦୦ ପର୍ଯ୍ୟନ୍ତ ଶ୍ରୀ ଢାଲି ମାଲକାନଗିରି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ପରିବହନ ବିଭାଗର ମନ୍ତ୍ରୀ ଥିଲେ।
ଅରବିନ୍ଦ ଢାଲି ୨୦୦୯ରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ସେ ଜୟଦେବ ନିର୍ବାଚନମଣ୍ଡଳୀରୁ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା।
୨୦୧୯ ନିର୍ବାଚନ ପୂର୍ବରୁ ଢାଲିଙ୍କୁ ଥଇଥାନ କରାଯାଇଥିବା ଚର୍ଚ୍ଚା ହେଉଛି।