ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଲେଖିଛନ୍ତି ଯେ ପୋଲାଭରମ୍ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଣୁ ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆଗକୁ ବଢ଼ା ନଯାଉ।

ଏହା ପୂର୍ବରୁ ନବୀନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିଥିଲେ।

ମଙ୍ଗଳବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ପାଇଁ ଥିବା ନିର୍ଦ୍ଦେଶନାମାକୁ ବର୍ଷେ ପାଇଁ ସ୍ଥଗିତ ରଖାଯାଇଛି। ଆଗାମୀ ବର୍ଷେ ଯାଏଁ ଏହି ପ୍ରକଳ୍ପ କାମ ଜାରି ରହିବ। ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ବିରୋଧ କରି ଆସୁଛନ୍ତି। ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଓଡ଼ିଶା ବିରୋଧ କରୁଥିବା ବେଳେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରୀତି ଦେଖାଇ ଆସୁଛନ୍ତି।

ବୁଧବାର ଦିନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡ଼କାରୀ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆନ୍ଧ୍ର ସମେତ ଓଡ଼ିଶା ଲାଭବାନ ହେବ ବୋଲି କହିଥିଲେ।

Comment