ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ସରକାର ଆନ୍ଧ୍ର ମାଛ ଉପରେ ବ୍ୟାନ ଲଗାଇବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବଜାରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ଦିଆଯାଉଛି କି ନାହିଁ ତାର ପରୀକ୍ଷା ଆରମ୍ଭ ହୋଇଛି।

ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ ଉପରେ ଆସାମ ସରକାର କଟକଣା ଲଗାଇବା ପରେ ଓଡିଶାରେ ଉଦବେଗ ପ୍ରକାଶ ପାଇଛି। ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛ ନମୁନା ପରୀକ୍ଷା କରାଯାଇଛି।

ମାଛକୁ ତାଜା ରଖିବା ପାଇଁ ଏଥିରେ ମାରତ୍ମକ ଫର୍ମାଲିନ ବ୍ୟବହାର କରାଯାଉଛି। ଶୁକ୍ରବାରଦିନ ପଶୁସମ୍ପଦ ବିଭାଗର ୧୩ ଜଣ କର୍ମଚାରୀ ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ୪ ନମ୍ବର ମାଛ ହାଟକୁ ଯାଇ ୮ ପ୍ରକାର ମାଛ ନମୂନା ସଂଗ୍ରହ କରିଛନ୍ତି। ସଂଗ୍ରହ କରାଯାଇଥିବା ମାଛ ମଧ୍ୟରୁ ପାମ୍ପଲେଟ୍‌ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି।

ଏ ସମ୍ପର୍କରେ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯିବ। ଏହାପରେ ସରକାର ପ୍ରତିକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମତ୍ସ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଫର୍ମାଲିନ କ’ଣ?
ମାଛକୁ ଅଧିକ ଦିନ ସତେଜ ରଖିବା ପାଇଁ ଏଥିରେ ଫର୍ମାଲିନ ପ୍ରୟୋଗ କରାଯାଉଛି। ଫର୍ମାଲିନ୍‌ ହେଉଛି ରାସାୟନିକ ପଦାର୍ଥ। ମାଛକୁ ସତେଜ ରଖିବା ପାଇଁ ପ୍ରୟୋଗ ହୋଇଥାଏ। ଫର୍ମାଲିନ ଡିହାଇର୍ଟ କେମିକାଲ ମଣିଷ ଶରୀରରେ କ୍ୟାନସର ସୃଷ୍ଟି କରେ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଆନ୍ଧ୍ର ମାଛ ଉପରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ନିର୍ଭର କରେ। ଏଥିରେ ବିଷ ମିଶୁଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ସଚେତନ ହୋଇପଡ଼ିଛନ୍ତି। ଏନେଇ ଆସାମ ସରକାର ଅବଗତ ହେବାପରେ ଆନ୍ଧ୍ର ମାଛ ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୁଧବାରଠାରୁ ୧୦ ଦିନ ପର୍ଯ୍ୟନ୍ତ ଆନ୍ଧ୍ରରୁ ଆସାମକୁ ମାଛ ଆମଦୀନ ବନ୍ଦ କରଯାଇଥିବା ଜଣାପଡିଛି।

ଗତ ୨୯ରେ ଆସାମରେ ଆନ୍ଧ୍ରପ୍ରଦେଶ ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରାକୁ ପଠାଯାଇଥିଲା। ଏଥିରେ ମାରାତ୍ମକ ଫର୍ମାଲିନ କେମିକାଲ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ତେଣୁ ଆସାମ ସରକାର ଆନ୍ଧ୍ର ମାଛ ଆମଦାନୀ ବନ୍ଦ କରିବା ପାଇଁ କଟକଣା ଜାରି କରିଛନ୍ତି।

ସରକାରଙ୍କ ନିୟମ ଉଲ୍ଲଙ୍ଘନ କରି ଆନ୍ଧ୍ରପ୍ରଦେଶରୁ ଆମଦାବୀ ହେଉଥିବା ମାଛ ବିକ୍ରି କରୁଥିବା ବେପାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ। ସେମାନଙ୍କୁ ୨ରୁ ୭ ବର୍ଷ ଜେଲ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ।

LEAVE A REPLY

Please enter your comment!
Please enter your name here