ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର କିଛି ନାୟିକା ଘରୋଇ ହିଂସା ପ୍ରେମିକଙ୍କ ଅତ୍ୟାଚାରର ଶିକାର ହୋ‍ଇଛନ୍ତି ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

କରିସ୍ମା କପୁର

ବଲିଉଡର ଲୋକପ୍ରିୟ ନାୟିକା କରିସ୍ମା କପୁର ନୂଆଦିଲ୍ଲୀର ବିଶିଷ୍ଟ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ୨୦୧୨ରେ ଉଭୟଙ୍କର ଡିଭୋର୍ସ ହୋଇଯାଇଥିଲା ଓ କରିସ୍ମା କପୁର ସ୍ୱାମୀ ସଞ୍ଜୟଙ୍କ ବିରୁଦ୍ଧରେ ଘରୋଇ ହିଂସାର ମାମଲା ରୁଜୁ କରିଥିଲେ।

କଙ୍ଗନା ରାନାୱତ୍

ବଲିଉଡର ଜଣେ ପ୍ରତିଭାବାନ୍ ଅଭିନେତ୍ରୀ ହେଲେ କଙ୍ଗନା ରାନାୱତ୍। ସେ ତାଙ୍କର ବୟଫ୍ରେଣ୍ଡ୍ ବୋଲି କୁହାଯାଉଥିବା ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କଠାରୁ ନିର୍ଯାତନା ସହିଥିଲେ। ତାଙ୍କଠାରୁ ମାଡ଼ ଖାଇଥିଲେ। ଏ ସମ୍ପର୍କରେ କଙ୍ଗନା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିଲେ।

ଯୁକ୍ତାମୁଖୀ

୧୯୯୯ରେ ମିସ୍ ୱାର୍ଲଡ ଟାଇଟଲ୍ ହାସଲ କରିଥିଲେ ଯୁକ୍ତାମୁଖୀ। ଏହାପରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। କିନ୍ତୁ ଏଠି ତାଙ୍କୁ ବିଶେଷ ସଫଳତା ମିଳିନଥିଲା। ଏହାପରେ ସେ ୨୦୦୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଯୁକ୍ତାମୁଖୀ ବ୍ୟବସାୟୀ ପ୍ରିନ୍ସ ତୁଲୀଙ୍କୁ ବାହା ହୋଇଥିଲେ। ବିବାହର ମାତ୍ର ପାଞ୍ଚ ବର୍ଷ ପରେ ଅର୍ଥାତ୍ ୨୦୧୩ରେ ପ୍ରିନ୍ସଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନାର ମାମଲା ରୁଜୁ କରାଇଥିଲେ ସେ। ପ୍ରିନ୍ସ ଯୁକ୍ତାଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଅତ୍ୟାଚାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୦୧୪ରେ ଉଭୟଙ୍କର ଡିଭୋର୍ସ ହୋଇଥିଲା।

ରତି ଅଗ୍ନିହୋତ୍ରୀ

ଅଶୀ ଦଶକର ଲୋକପ୍ରିୟ ନାୟିକା ରତି ଅଗ୍ନିହୋତ୍ରୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏହି ମାମଲା ନ୍ୟାୟାଳୟ ଯାଏଁ ଯାଇଥିଲା। ଏହା ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା।

ଜୀନତ ଅମାନ୍

ସତୁରି ଓ ଅଶୀ ଦଶକର ଗ୍ଲାମରସ୍ ହିରୋଇନ୍ ଜୀନତ ଅମାନ୍ ମଧ୍ୟ ତାଙ୍କର ସ୍ୱାମୀ ତଥା ଅଭିନେତା ମଜହର ଖାନ୍‌ଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ। ସେ ଏକ ସାକ୍ଷାତକାରରେ ଏକଥା ବି ସ୍ୱୀକାର କରିଥିଲେ ଯେ ମଜହର ତାଙ୍କ ଜୀବନକୁ ନର୍କ କରିଦେଇଥିଲେ।

ଶ୍ୱେତା ତିୱାରୀ

ଜଣାଶୁଣା ଟେଲି ତଥା ସିନେ ଅଭିନେତ୍ରୀ ଶ୍ୱେତା ତିୱାରୀ ବି ଏଭଳି ଅଭିଯୋଗ ଆଣିଥିଲେ। ସେ ତାଙ୍କର ପୂର୍ବତନ ପତ୍ନୀ ରାଜା ଚୌଧୁରୀଙ୍କ ବିରୁଦ୍ଧରେ ମାରପିଟ କରିବାର ଅଭିଯୋଗ କରିଥିଲେ। ରାଜା ଅନେକ ସମୟରେ ନିଶାସକ୍ତ ହୋଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା କଥା ସ୍ୱୀକାର କରିଥିଲେ ଶ୍ୱେତା।

୧୯୯୮ ମସିହାରେ ଶ୍ୱେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। କିନ୍ତୁ ରାଜାଙ୍କର ଅତ୍ୟାଚାର ସୀମା ଟପିଯିବା ପରେ ସେ ତାଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ୨୦୧୨ ମସିହାରେ ଏ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା। ତା’ପରେ ଶ୍ୱେତା ତିୱାରୀ ଅଭିନବ କୋହଲିଙ୍କୁ ବିବାହ କରିଥିଲେ।

ପ୍ରୀତି ଜିଣ୍ଟା

ବଲିଉଡର ଡିମ୍ପଲ୍ ଗର୍ଲ ପ୍ରୀତିଜିଣ୍ଟା ୨୦୦୫ରେ ବ୍ୟବସାୟୀ ନେସ୍ ୱାଡିଆଙ୍କୁ ଡେଟ୍ କରୁଥିଲେ। ନେସ ୱାଡିଆ ଆଇଜଏଲ୍‌ରେ କିଙ୍ଗ୍‌ସ ଇଲେଭେନ୍ ପଞ୍ଜାବର ସହ ମାଲିକ ଥିଲେ। ଉଭୟଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ତୀବ୍ର ମତଭେଦ ଦେଖା ଦେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଥରେ ନେସ୍ ଏକ ପାର୍ଟିରେ ସମସ୍ତଙ୍କ ସମ୍ମୁଖରେ ପ୍ରୀତିଜିଣ୍ଟାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏହାର ପ୍ରତିବାଦସ୍ୱରୂପ ପ୍ରୀତିଜିଣ୍ଟା ଥାନାକୁ ଯାଇ ଏତଲା ଦେଇଥିଲେ। ଏହାପରେ ପ୍ରୀତି ଓ ନେସ ୱାଡିଆଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା।

Comment