ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜ ଆଫେଆରକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି ଆସନ୍ତୁ ଜାଣିବା କେଉଁମାନଙ୍କ ସହିତ ସଲମାନଙ୍କ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା ବେଶ୍‌ ଜୋର୍‌ ଧରିଥିଲା…

ସୁପରଷ୍ଟାର ସଲମାନ ଖାନ୍ ଯେତେବେଳେ କ୍ୟାରିଅର୍‌ ଆରମ୍ଭ କରିଥିଲେ, ସେବେଠାରୁ ଆଜିଯାଏଁ ଅନେକ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କକୁ ଚର୍ଚ୍ଚା ହୋ‍ଇଛି। ତେବେ ସଲମାନଙ୍କ ସହିତ ପ୍ରଥମେ ନାଁ ଯୋଡ଼ା ଯାଇଥିଲା ସଙ୍ଗୀତା ବିଜ୍‌ଲାନୀଙ୍କର।

ସଙ୍ଗୀତା ବିଜ୍ଲାନୀ

ସଙ୍ଗୀତା ୧୯୮୦ରେ ମିସ୍‌ ଇଣ୍ଡିଆ ବନିଥିଲେ। କୁହାଯାଏ ଯେ ସଲମାନଙ୍କ ସହିତ ସଙ୍ଗୀତାଙ୍କର ବାହାଘର ବି ଠିକ୍ ହୋଇସାରିଥିଲା, କିନ୍ତୁ ଉଭୟଙ୍କର ବ୍ରେକ୍ ଅପ୍‌ ହୋଇଥିଲା। ହେଲେ ଆଜି ଯାଏଁ ସଙ୍ଗୀତା ଓ ସଲମାନ ଭଲ ବନ୍ଧୁ ହୋଇ ରହିଆସିଛନ୍ତି। ଖାଲି ସେତିକି ନୁହେଁ, ସଙ୍ଗୀତା ଏବେ ବି ସଲମାନଙ୍କ ପରିବାର ସହିତ ସୁସମ୍ପର୍କ ରଖିଛନ୍ତି।

ସୋମି ଅଲ୍ଲୀ

ସଲମାନଙ୍କର ଦ୍ୱିତୀୟ ଗର୍ଲଫ୍ରେଣ୍ଡ୍ ଭାବେ ଚର୍ଚ୍ଚାକୁ ଆସିଥିଲେ ସୋମି ଅଲ୍ଲୀ। ସୋମି ପାକିସ୍ତାନୀ ଯୁବତୀ ହେଲେ ବି ଭାରତରେ ମଡେଲ୍ ଓ ଆକ୍‌ଟ୍ରେସ ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ସୋମି ଅଲ୍ଲୀଙ୍କ ମା’ ଇରାକୀ ଓ ବାପା ପାକିସ୍ତାନୀ ଥିଲେ। ୧୨ ବର୍ଷ ବୟସ ହେବା ଯାଏଁ ସୋମି ପାକିସ୍ତାନରେ ପଢ଼ୁଥିଲେ ଓ ପରେ ବାପାମାଆଙ୍କ ସହିତ ଫ୍ଲୋଇଡ଼ା ଚାଲି ଯାଇଥିଲେ।

ସୋମି ପିଲାଦିନରୁ ବଲିଉଡ ନାୟିକା ହେବାର ସ୍ୱପ୍ନ ଦେଖୁଥିଲେ। ସେ ଯେତେବେଳେ ‘ମୈନେ ପ୍ୟାର୍ କିୟା’ ଦେଖିଥିଲେ, ସେତେବେଳେ ଭାବିଥିଲେ ସଲମାନ ଖାନଙ୍କୁ ବାହା ହେବେ। ସେ ବଲିଉଡରେ କ୍ୟାରିଅର୍ କରିବାକୁ ଆସିଥିଲେ। ହେଲେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଲମାନ ଖାନଙ୍କ ସହ ପ୍ରେମସମ୍ପର୍କ ଯୋଡ଼ିବା।

ସୋମି ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିଲେ। ସଲମାନଙ୍କ ସହିତ ସୋମି ପ୍ରାୟ ୮ ବର୍ଷ ଯାଏଁ ପ୍ରେମ ସମ୍ପର୍କରେ ରହିଲେ। ହେଲେ ଥରେ ସଲମାନ ସୋମିଙ୍କ ମୁଣ୍ଡରେ ବୋତଲ ମାଡ଼ କରିଥିବାର ଖବର ଆସିଥିଲା। ତା’ ପରେ ସଲମାନଙ୍କଠାରୁ ଦୂରେଇ ଯାଇଥିଲେ ସୋମି ଅଲ୍ଲୀ।

ଫରିଆ ଆଲମ

ଜଣାଶୁଣା ମଡେଲ ଫରିଆ ଆଲମଙ୍କ ସହିତ ସୁପରଷ୍ଟାର ସଲମାନ୍ ଖାନଙ୍କର ଆଫେଆର୍ ଥିଲା ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି। କାରଣ ସଲମାନ୍ ଖାନ୍ ଏହି ଆଫେଆର୍‌କୁ କେବେ ବି ସ୍ୱୀକାର କରିନଥିଲେ।  ସେ ବାଂଲାଦେଶରେ ଜନ୍ମ ହୋ‍ଇଥିଲେ ମାତ୍ର ଲଣ୍ଡନରେ ମଡେଲିଂ କରି ଚର୍ଚ୍ଚାକୁ ଆସିଥିଲେ। ୧୯୯୬ ମସିହାରେ ସଲମାନ୍ ଓ ଫରିଆଙ୍କ ଆଫେଆର୍ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

ଐଶ୍ୱର୍ଯ୍ୟା ରାୟ

୧୯୯୯ରେ ରିଲିଜ୍‌ ହୋଇଥିବା ସୁପରହିଟ୍ ଫିଲ୍ମ ‘ହମ୍‌ ଦିଲ୍ ଦେ ଚୁକେ ସମନ୍’ର ସୁଟିଂ ସମୟରେ ସଲମାନ୍ ଖାନଙ୍କ ଗର୍ଲଫ୍ରେଣ୍ଡ୍ ବନିଥିଲେ ଐଶ୍ୱର୍ଯ୍ୟା ରାୟ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପ୍ରାୟ ଦୁଇବର୍ଷ ଧରି ଚାଲିଥିଲା। ହେଲେ ସେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା।

କାଟ୍ରିନା କୈଫ୍

ସଲମାନଙ୍କର ଅନ୍ୟ ଜଣେ ଗର୍ଲଫ୍ରେଣ୍ଡ୍ ଥିଲେ କାଟ୍ରିନା କୈଫ୍। ୨୦୦୫ରେ ସଲମାନ ହିଁ କାଟ୍ରିନାଙ୍କୁ ବଲିଉଡରେ ବ୍ରେକ୍ ଦେଇଥିଲେ। ଏହାପରେ ପାଖାପାଖି ଚାରିବର୍ଷ ଧରି ସଲମାନ ଓ କାଟ୍ରିନା କୈଫଙ୍କର ପ୍ରେମସମ୍ପର୍କ ରହିଥିଲା। କିନ୍ତୁ ସେ ଦୁହିଁଙ୍କ ଭିତରେ ମତଭେଦ ହେବା କାରଣରୁ କାଟ୍ରିନା ସଲମାନଙ୍କଠାରୁ ଦୂରେଇ ଯାଇଥିଲେ। ହେଲେ ଏବେ ପୁଣି ସଲମାନ ଓ କାଟ୍ରିନାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି।

ଲୁଲିଆ ବଣ୍ଟୁର

ରୋମାନୀୟ ସୁନ୍ଦରୀ ଲୁଲିଆ ବଣ୍ଟୁର ହେଉଛି ସଲମାନ୍ ଖାନଙ୍କର ଆଉ ଜଣେ ଲୋକପ୍ରିୟ ପ୍ରେମିକା। ଏପରିକି ସଲମାନ ଲୁଲିଆଙ୍କୁ ବାହା ହେବେ ବୋଲି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଛି। ଲୁଲିଆଙ୍କୁ ବି ବଲିଉଡରେ ବ୍ରେକ୍ ଦେଇଛନ୍ତି ସଲମାନ ଖାନ। ସେ ଅନେକ ସମୟରେ ସଲମାନଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି, ସମୟ ବିତାଇଛନ୍ତି। ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା।

Comment