ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ କରାଯାଇଛି।

ପ୍ରବଳ ଝଡ଼ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ମଧ୍ୟରେ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାଲେଶ୍ୱର ଉପକୂଳ ଚାନ୍ଦିପୁର ଆଇଟିଆର ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ ହୋଇଛି ବିଶ୍ୱର ସବୁଠାରୁ ନିର୍ଭର ଯୋଗ୍ୟ ସୁପରସୋନିକ କ୍ରୁଜ୍‍ ମିସାଇଲ ବ୍ରହ୍ମୋସ।

ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ଏହି ସଫଳ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସର କ୍ଷମତାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହାର ସମୟସୀମାକୁ ୧୦ବର୍ଷରୁ ବୃଦ୍ଧି କରି ୧୫ବର୍ଷ କରିଛନ୍ତି।

ଭାରତ ଏବଂ ରୁଷିଆର ମିଳିତ ସହଯୋଗରେ ଏହା ନିର୍ମିତ ହୋଇଛି। ଭାରତ ପ୍ରତିରକ୍ଷା ବିକାଶ ସଂଗଠନ(ଡିଆରଡିଓ) ଏବଂ ରୁଷିଆର ଏନ୍‌ପିଓଏମ୍‌ ମିଳିତ ଭାବେ ଏଥିଲାଗି ବୈଷୟିକ ଜ୍ଞାନକୌଶଳ ଯୋଗାଇଛନ୍ତି।

ପୂର୍ବରୁ ମେ ୨୧ରେ ଚାନ୍ଦିପୁରର ଏକ ଭ୍ରାମ୍ୟମାଣ ଲଞ୍ଚ ପ୍ୟାଡ଼ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇ ଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାର ଆର୍ମି, ନେଭି ଓ ଏୟାରଫୋର୍ସରେ ସାମିଲ କରାଯାଇଛି।

ବ୍ରହ୍ମୋସ କ୍ଷେପଣାସ୍ତ୍ରର ତୀବ୍ର ବେଗକୁ ଶତ୍ରୁପକ୍ଷର ରାଡ଼ାର ଠାବ କରିବା ପୂର୍ବରୁ ଏହା ନିଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରହିଛି। ଭାରତ-ଋଷର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ସ୍ଥଳ, ଜଳ ଓ ଆକାଶ ମାର୍ଗରେ ବ୍ୟବହାର କରାଯାଇ ପାରେ।

ଏହା ବୁଡ଼ା ଜାହାଜରୁ ଆକାଶ ମାର୍ଗ ତଥା ସ୍ଥଳ ଭାଗରେ ୨୯୦ କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ସୁଖୋଇ-୩୦ ସହିତ ମିଳିତ ଭାବେ ଏହା ୨୫ଶହ କିଲୋମିଟର ଲକ୍ଷ୍ୟସ୍ଥଳ ଭେଦ କରିପାରିବାର କ୍ଷମତା ରଖିଛି।

Comment