ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଜୟନ୍ତୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସୁର୍ ବାଦଶାହ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଂଯୋଜିତ କେତୋଟି ସଂଗୀତ ଗାନ କରାଯିବା ସହିତ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କର ଶବ୍ଦସ୍ୱର ପାଟ ବିଷୟରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସହିତ ଜଡ଼ିତ ଥିବା ଡକ୍ଟର ସୁନୀଲ୍ କୋଠାରୀ, ବିଶିଷ୍ଟ ନୃତ୍ୟ ସମାଲୋଚକ ତଥା ଡକ୍ଟର ଶାନ୍ତନୁ ରଥ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଶବ୍ଦ ସ୍ୱର ପାଟର ଓଡ଼ିଶୀ ନୃତ୍ୟରେ ତାଣ୍ଡବ ଓ ଲାସ୍ୟ ଉପଯୋଗର ସୁନ୍ଦର ବିଶ୍ଳେଷଣ ତ୍ରିଧାରାର ଶିଷ୍ୟଶିଷ୍ୟାମାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ଡକ୍ଟର ସଂଗୀତା ଗୋସାଇଁ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ, ଡକ୍ଟର ଇଲିଆନା ସିତାରିସ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Comment