ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିନେମା ଓ ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁଡି ଆଉ ନାହାନ୍ତି।

ହିନ୍ଦୀ ଧାରାବାହିକ ଓ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁଡିଙ୍କ ପରଲୋକ। ମୃତ୍ୟୁ ସମୟରେ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।

ରୀତା ‘ନିମକ୍‌ ମୁଖିଆ’ ନାଆଁରେ ପ୍ରସାରିତ ଏକ ମେଗା ଧାରାବାହିକରେ ନଜର ଆସୁଥିଲେ। ନିଜର ଅସୁସ୍ଥତା ସତ୍ତ୍ୱେ ସେ ଏଥିରେ ଅଭିନୟ ଜାରି ରଖିଥିଲେ।

୧୯୫୫ ମସିହା ନଭେମ୍ବର ୪ ତାରିଖରେ ରୀତା ଭାଦୁଡିଙ୍କ ଜନ୍ମ ଲକ୍ଷ୍ନୌଠାରେ ହୋଇଥିଲା। ସେ ପୁନେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ୧୯୭୩ ମସିହାରେ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ। ୧୯୬୮ମସିହାରେ ରୀତା ‘ତେରି ତଲାସ୍‌ ମେଁ’ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ। ସେ ପ୍ରାୟ ୭୧ଟି ହିନ୍ଦୀ ସିନେମାରେ ନଜର ଆସିଥିଲେ।

ତାଙ୍କ ଅଭିନୀତ କେତେକ ଉଳ୍ଲେଖଯୋଗ୍ୟ ସିନେମା ହେଲା -ଜୁଲି, ଅନୁରୋଧ୍‌, ‘ବିଶ୍ୱନାଥ୍‌’, ‘ସାଓ୍ଵନ୍‌ କୋ ଆନେ ଦୋ’, ‘ହମ୍‌ ନେହିଁ ସୁଧ୍‌ରେଙ୍ଗେ’,’ଗେହରାଇ’, ‘ନାସ୍ତିକ୍‌’, ‘ଦିଲ୍‌ଜଲା’, ‘ନେହରୁ’, ‘ଘର୍‌ ହୋ ତୋ ଐସା’, ‘ବେଟା’, ‘କଭି ହାଁ କଭି ନା’, ‘ରାଜା’, ‘ଦଲାଲ୍‌’, ‘କ୍ୟା କେହନା’, ‘ହିରୋ ନମ୍ବର ଓ୍ଵାନ୍‌’, ‘ତମନ୍ନା’, ‘ବାରାସତ୍‌’ ଓ ‘ମେଁ ମାଧୁରୀ ଦୀକ୍ଷିତ ବନନା ଚାହାତି ହୁଁ’ ଆଦି।

ବେଶ କିଛିଦିନ ହେବ ରୀତା ଭାଦୁଡି କିଡ୍‌ନୀ ରୋଗରେ ପୀଡିତ ଥିଲେ। ନିଜର ଅସୁସ୍ଥତା ସତ୍ତ୍ୱେ ସେ ଏଥିରେ ଅଭିନୟ ଜାରି ରଖିଥିଲେ।  ଏ ନେଇ ସେ କୁହନ୍ତି, “ବୃଦ୍ଧାବସ୍ଥାରେ ହେଉଥିବା ରୋଗ ପାଇଁ କ’ଣ କାମ କରିବା ଛାଡ଼ିଦେବା। ମୋତେ କାମ କରିବା ଓ ବ୍ୟସ୍ତ ରହିବାକୁ ଭଲଲାଗେ। ସବୁବେଳେ ଶରୀରର ଅସୁସ୍ଥତା ବିଷୟରେ ଚିନ୍ତା କରିବାକୁ ମୋତେ ଭଲ ଲାଗେନାହିଁ, ତେଣୁ ମୁଁ ସବୁବେଳେ ନିଜକୁ ବ୍ୟସ୍ତ ରଖିଥାଏ”।

ଗତ ୧୦ ଦିନ ପୂର୍ବେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

Comment