ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିମାଚଳ ପ୍ରଦେଶରେ କାଙ୍ଗରାଠାରେ ବୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ପଞ୍ଜାବର ପଠାନକୋଟରୁ ଯାତ୍ରା ଆରମ୍ଭ କରିଥିଲା। କିଛି ସମୟରେ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ପାଟ୍ଟା ଜାଟିୟାନାର ଏକ କ୍ଷେତରେ ବିମାନ ଦୁର୍ଘଟଣାଗସ୍ତ ହୋଇ ତଳେ ପଡ଼ିଯାଇଥିଲା।  ତଳେ ପଡ଼ିଯିବାରୁ ବିମାନରେ ନିଆ ଲାଗି ଯାଇଥିଲା। ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ ବିମାନ ଦୁର୍ଘଟଣାର କୌଣସି କାରଣ ଜଣାପଡ଼ି ନାହିଁ।

ଗତ ଜୁନ୍ ମାସରେ ଗଜୁରାଟର କୁଚ୍ଚଠାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜିର ଦୁର୍ଘଟଣା ଖବର ପାଇ ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comment