ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦର ମୌସୁମୀ ଅଧିବେଶନରୁ ଲୋକସଭାରେ ହଙ୍ଗାମା। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ସାଂସଦ ପ୍ରତିବାଦ କରୁଛନ୍ତି।

ସଂସଦର ମୌସୁମୀ ଅଧିବେଶନ ଅଜିଠାରୁ ଆରମ୍ଭ ହୋଇଛି। ଅଗଷ୍ଟ ୧୦ ଯାଏଁ ହେବାକୁ ଥିବା ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟଦିବସ ରହିଛି। ଚଳିତ ଅଧିବେଶନରେ ୪୬ଟି ବିଲ୍‌ ପାସ୍ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସାଂସଦମାନଙ୍କର ସହଯୋଗ ଲୋଡ଼ିଥିଲେ। ହେଲେ ଗୃହ କାର୍ଯ୍ୟ ଆରମ୍ଭରୁ ସଂସଦରେ ବିରୋଧୀ ହଙ୍ଗାମା କରିଛନ୍ତି।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ପାଇଁ ୱାଇଏସ୍‌ଆର୍ କଂଗ୍ରେସ ଏବଂ ଟିଡିପି ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ନେଇ ଆର୍‌ଜେଡି ସାଂସଦ ପ୍ରତିବାଦ କରିଛନ୍ତି। ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଲୋକସଭାରେ ଆର୍‌ଜେଡି ଏବଂ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସାଂସଦ ନୋଟିସ୍ ଦେଇଛନ୍ତି।

ସଂସଦ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସାଂସଦମାନଙ୍କର ସହଯୋଗ ଲୋଡ଼ିଥିଲେ। ବିରୋଧୀମାନଙ୍କ ସମସ୍ତ ଦାବି ଉପରେ ସରକାର ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comment