ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଦିନ ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା ହେବ। ଏଥିରେ ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି।

ମବ୍ ଲିଞ୍ଚିଙ୍ଗ ଓ ଦଳିତଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ କଂଗ୍ରେସ, ଏନ୍‌ସିପି ଏବଂ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଟିଡିପି ପକ୍ଷରୁ ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଆସନ୍ତାକାଲି ଏ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ ସମସ୍ତ ବିଜେଡି ସାଂସଦ ଉପସ୍ଥିତ ରହିବା ପାଇଁ ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ବିଜେଡି  ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Comment