ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି ଜେ ବେଣୁଗୋପାଳଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି।

ବେଣୁଗୋପାଳଙ୍କ ସ୍ଥାନରେ ପରିବହନ କମିଶନର ତଥା ୧୯୯୧ ବ୍ୟାଚ୍ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି।

ସେହିପରି ବାଣିଜ୍ୟକର କମିଶନର ତଥା ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ଶାଶ୍ୱତ ମିଶ୍ରଙ୍କୁ ପରିବହନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment