ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜୁଲାଇ ୧୩ ତାରିଖରେ ରିଲିଜ୍ ହୋ‍ଇଛି ସ୍ପୋର୍ଟସ୍ ଡ୍ରାମା ଫିଲ୍ମସୁର୍ମା ଏହି ସିନେମା ତିଆରି ପଛର କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା

ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ସୁର୍‌ମା’ ‘ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ‘ସାଥିୟା’ ଫେମ୍ ଶାଦ୍‌ ଅଲି। ସୋନି ପିକଚର୍ସ ନେଟୱାର୍କସ, ଦୀପକ ସିଂହ ଓ ଚିତ୍ରାଙ୍ଗନା ସିଂହ ମିଳିତ ଭାବେ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି। ଏହି ସିନେମାରେ ଦିଲ୍‌ଜିତ୍ ଦୋସନ୍‌ଝା, ତାପସୀ ପନୁ ଓ ଅଙ୍ଗଦ ବେଦୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ରଣବୀର ସିଂହ ଥିଲେ ପ୍ରଥମ ପସନ୍ଦ

ବଲିଉଡର ହଟ୍ ଷ୍ଟାର୍ ରଣବୀର ସିଂହ ଥିଲେ ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ। ତାଙ୍କୁ ହକି ତାରକା ସନ୍ଦୀପ ସିଂହ ଭୂମିକା ଲାଗି ପ୍ରଥମେ ଅଫର୍ ଦିଆଯାଇଥିଲା। ସେ ବି ଡେଟ୍ସ ପ୍ରୋବ୍ଲେମ୍ କାରଣରୁ ‘ସୁର୍‌ମା’ରେ କାମ କରିବାକୁ ମନା କରିଦେଇଥିଲେ। ତା’ପରେ ଦିଲଜିତ୍ ଦୋସାଁନ୍‌ଜଙ୍କୁ ଏଥିରେ ନିଆଯାଇଥିଲା ସନ୍ଦୀପ ସିଂହ ଭୂମିକାରେ।

ଦୁଇଜଣ ନାୟିକା ବଦଳିଥିଲେ

ଏହି ବାୟୋପିକ୍‌ ଫିଲ୍ମରେ ଫିମେଲ୍ ଲିଡ ରୋଲ୍ ଚିତ୍ରାଙ୍ଗଦା ସିଂହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ସେ ଏହାର ପ୍ରଯୋଜନା କରିବା ଲାଗି ପ୍ରଥମେ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହଙ୍କଠାରୁ ଅଧିକାର କିଣିଥିଲେ ୨୦୧୪ରେ।

ସେତେବେଳେ ଚିତ୍ରଙ୍ଗଦା ସ୍ଥିର କରିଥିଲେ ଯେ ଏଥିରେ ସେ ନିଜେ ହିଁ ନାୟିକା ଭୂମିକା ନିଭାଇବେ। କିନ୍ତୁ ତା’ପରେ ଯେତେବେଳେ ସୋନି ପିକଚର୍ସ ସହିତ ମିଳିତ ଭାବେ ଏହି ବାୟୋପିକ୍‌ ନିର୍ମାଣ କଥା ହେଲା ସେତେବେଳେ ଚିତ୍ରାଙ୍ଗଦା ନାୟିକା ଭୂମିକା ନ କରିବାକୁ ନିଷ୍ପତ୍ତି ନେଲେ। ଏଥିରେ ନାୟିକା ହରପ୍ରୀତ୍‌ ଭୂମିକାଟି ଇଲିଆନା ଡିକ୍ରୁଜ୍‌ଙ୍କୁ ଫାଇନାଲ୍‌ କରାଯାଇଥିଲା।

ପ୍ରଯୋଜକ ଇଲିଆନାଙ୍କଠାରୁ ଯେଉଁ ଡେଟ୍ସ ଚାହିଁଥିଲେ, ତାହା ସେ ଦେଇପାରିନଥିଲେ। କାରଣ ସେହି ତାରିଖ ସେ ରାଜକୁମାର ଗୁପ୍ତାଙ୍କ ଫିଲ୍ମ ‘ରେଡ୍’କୁ ଦେଇସାରିଥିଲେ। ଶେଷରେ ୨୦୧୭ ସେପ୍ଟେମ୍ବରରେ ତାପସୀ ପାନୁଙ୍କୁ ଏହି ଭୂମିକା ଲାଗି ଅଫର୍‌ ଦିଆଯାଇଥିଲା। ସେ କାହାଣୀ ଶୁଣିବା ପରେ ରାଜି ହୋଇଥିଲେ ଓ ତାଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା।

ସୁର୍ମା କାହାଣୀ

‘ସୁର୍‌ମା’ର କଥାବସ୍ତୁ ଆନ୍ତର୍ଜାତୀୟ ହକି ଖେଳାଳି ସନ୍ଦୀପ ସିଂହଙ୍କ ଜୀବନୀ ଉପରେ ଆଧାରିତ। କାହାଣୀରେ ତାଙ୍କ ଜୀବନର ସଂଘର୍ଷ ସାଙ୍ଗକୁ ବେଦନାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରାଯାଇଛି। ହକି ତାରକା ସନ୍ଦୀପ ସିଂହ ୨୦୦୬ରେ ଏକ ଦୁର୍ଘଟଣାର ଶିକାର ହୋଇ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଦୁଇବର୍ଷ ଯାଏଁ ହୁଇଲ୍ ଚେୟାର ଉପରେ ବସିବାକୁ ପଡ଼ିଥିଲା। ଏହି ସିନେମାର କାହାଣୀରେ ସନ୍ଦୀପ ସିଂହଙ୍କର ପ୍ରେମପ୍ରସଙ୍ଗ ବି ଦେଖିବାକୁ ମିଳିବ।

୨୦୦୮ରେ ସନ୍ଦୀପ ପୁଣି ହକିକୁ ଫେରିଥିଲେ। ତାଙ୍କର ଅଧିନାୟକତ୍ୱରେ ଭାରତ ୨୦୦୯ ସୁଲତାନ୍ ଆଜଲନ୍ ଶାହା କପ୍‌ ଜିତି ଥିଲା। ୨୦୧୨ରେ ଭାରତ ଅଲମ୍ପିକ୍‌ରେ ହକି ଖେଳିବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିଲା।

ଚର୍ଚ୍ଚାରେସୁର୍ମା ସଙ୍ଗୀତ

‘ସୁର୍‌ମା’ର ପାଞ୍ଚଟି ଗୀତ ବେଶ୍ ଲୋକପ୍ରିୟ ହୋଇଛି। ଏହି ସିନେମାର ସଙ୍ଗୀତକାର ହେଲେ ଶଙ୍କର-ଏହେସାନ୍-ଲୟ। ଏଥିରେ ଥିବା ଗୀତ ‘ଇସ୍କ ଦି ବାଜିୟାଁ’, ‘ସୁରମା ଆନ୍ଥେମ୍‌’, ‘ଗୁଡ୍ ମ୍ୟାନ୍ ଦି ଲାଲଟେନ୍’, ‘ପରଦେଶୀୟା’ ଓ ‘ଫ୍ଲିକର୍‌ ସିଂହ’ ବେଶ୍ ଚର୍ଚ୍ଚାରେ ରହିଛି।

Comment