ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଗଷ୍ଟ ତାରିଖରେ ପରଦାକୁ ଆସୁଛି ହିନ୍ଦୀ ସିନେମାମୁଲ୍ ଆସନ୍ତୁ ଜାଣିବା ଏହି ସିନେମାର କିଛି ରୋଚକ ତଥ୍ୟ

‘ତୁମ୍ ବିନ୍’ ଭଳି ରୋମାଣ୍ଟିକ୍ ଫିଲ୍ମ ସାଙ୍ଗକୁ ‘ରା ୱାନ୍’ ଭଳି ସୁପର ଆକ୍ସନ୍ ମୁଭିର ନିର୍ଦ୍ଦେଶନା ଦେଇଥିବା ଅନୁଭବ ସିହ୍ନାଙ୍କର ଲାଟେଷ୍ଟ ଫିଲ୍ମ ହେଲା ‘ମୁଲ୍‌କ’। ଅନୁଭବ ସିହ୍ନା ‘ତୁମ୍ ବିନ୍’ରେ ନୂଆ କଳାକାରଙ୍କୁ ନେଇ ସଫଳତା ହାସଲ କରିଥିଲେ। ହେଲେ ‘ରା ୱାନ୍‌’ରେ ସେ ସୁପରଷ୍ଟାର ଶାହରୁଖ୍ ଖାନ୍‌ ଓ କରିନା କପୁରଙ୍କୁ ନେଇଥିଲେ।

ମୁଲ୍ସିନେମାର ଷ୍ଟାର କାଷ୍ଟ

‘ମୁଲ୍‌କ’ ସିନେମାରେ ଅନେକ ପ୍ରତିଭାବାନ୍‌ କଳାକାରଙ୍କୁ ଦେଖିବାକୁ ମିଳିବ। ଏଥିରେ ଋଷି କପୁର, ପ୍ରତୀକ ବବର୍, ରଜତ କପୁର, ତାପସୀ ପନୁ, ଆଶୁତୋଷ ରାଣା, ନୀନା ଗୁପ୍ତା ଓ ଅବଦୁଲ କାଦିର୍ ଅମିନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛି।

ଚର୍ଚ୍ଚାରେ ତାପସୀ

‘ପିଙ୍କ୍’ ଫିଲ୍ମରେ ପ୍ରଭାବଶାଳୀ ଭୂମିକା ନିଭାଇବା ପରେ ଏବେ ‘ମୁଲ୍‌କ’ରେ ନିଜର ଚରିତ୍ରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ତାପସୀ ପନୁ। ଏଥିରେ ତାଙ୍କୁ ଋଷି କପୁରଙ୍କ ବୋହୂ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ଋଷି (ମୁରାଦ ଅଲ୍ଲୀ ମହମ୍ମଦ) ଜଣେ ଦେଶଦ୍ରୋହୀର ଆଖ୍ୟା ପା‍ଇଥିବା ବେଳେ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ବୋହୂ ଆରତୀ କିଭଳି ଆଇନର ସହାୟତା ନେଉଛନ୍ତି ଓ ସେଥିରେ ସଫଳ ହେଉଛନ୍ତି, ତାହା ହିଁ ‘ମୁଲ୍‌କ’ ସିନେମାର ମୂଳ କାହାଣୀ।

ବରିଷ୍ଠ ଅଭିନେତା ଋଷି କପୁର ‘ମୁଲ୍‌କ’ ସିନେମାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଦେଶକ ଅନୁଭବ ସିହ୍ନା ତାଙ୍କୁ ଏହି ଚଳଚ୍ଚିତ୍ରର କାହାଣୀ ଶୁଣାଇବା ସମୟରେ ତାଙ୍କୁ ଲାଗିଥିଲା କି ଏହି ସିନେମାରେ କାମ କରିବା ଉଚିତ। ପରେ ଯେତେବେଳେ ନିର୍ଦ୍ଦେଶକ ସୂଚନା ଦେଲେ ଯେ ସେ ‘ମୁଲ୍‌କ’ର ସୁଟିଂ ବନାରସ୍ ଓ ଲକ୍ଷ୍ନୌରେ କରିବେ, ସେତେବେଳେ ତାଙ୍କ ଖୁସିର ଠିକଣା ରହିଲା ନାହିଁ।

ଋଷି କପୁର ବନାରସ୍ ଓ ଲକ୍ଷ୍ନୌ ବିଷୟରେ ଅନେକ କଥା ଶୁଣିଛନ୍ତି। ଏଣୁ ସେଠାରେ ସୁଟିଂ କରିବାର ମଜା ନେଇଥିଲେ ସେ।

ଋଷି କପୁର ଆଶା ରଖିଛନ୍ତି ଯେ ‘ମୁଲ୍‌କ’ ନିଶ୍ଚିତ ଭାବେ ଦର୍ଶକଙ୍କ ହୃଦୟକୁ ଛୁଇଁବ। ଭାରତରେ ଏକ ଛୋଟ ସହରରେ ଏକ ମୁସଲିମ୍‌ ପରିବାର କିଭଳି ଅଯଥା ବିବାଦରେ ଫସି ଯାଉଛନ୍ତି ଓ ସେଥିରୁ ମୁକୁଳୁଛନ୍ତି ତାହା ଉପରେ ଆଧାରିତ।

ସୁଜିତ୍ସରକାରଙ୍କ ପ୍ରଶଂସା

ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସୁଜିତ ସରକାରଙ୍କ ପାଇଁ ଅନୁଭବ ସିହ୍ନା ‘ମୁଲ୍‌କ’ର ଏକ ସ୍ପେସାଲ୍ ସ୍କ୍ରିନିଂ ବ୍ୟବସ୍ଥା କରିଥିଲେ। ‘ଭିକି ଡୋନର’, ‘ମାଡ୍ରାସ କେଫ୍’, ‘ପିକୁ’, ‘ପିଙ୍କ୍’ ଓ ‘ଅକ୍ଟୋବର’ ଭଳି ଭିନ୍ନ ଧରଣର ସିନେମା ତିଆରି କରିଥିବା ସୁଜିତ ସରକାର ‘ମୁଲ୍‌କ’ ଦେଖିବା ପରେ ଏହାର ଭୁରିଭୁରି ପ୍ରଶଂସା କରିଛନ୍ତି।

ସୁଜିତ ସରକାରଙ୍କ ଅନୁଯାୟୀ ‘ମୁଲ୍‌କ’ର କାହାଣୀକୁ ନିର୍ଦ୍ଦେଶକ ଏତେ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିଛନ୍ତି ଯେ ତାହା ସମସ୍ତଙ୍କୁ ଭଲ ଲାଗିବ। ସେ ‘ମୁଲ୍‌କ’କୁ ନିଜର ଏକ ପ୍ରିୟ ସିନେମା ବୋଲି କହିଛନ୍ତି।

ଟିଜରକୁ ପସନ୍ଦ କରିଛନ୍ତି ଦର୍ଶକ

‘ମୁଲ୍‌କ’ର ଟିଜରକୁ ଦର୍ଶକ ପସନ୍ଦ କରିଛନ୍ତି। ଅଗଷ୍ଟ ୩ରେ ଏହି ଫିଲ୍ମ ରିଲିଜ୍ ହେବା ପରେ ବକ୍ସ ଅଫିସରେ କି କମାଲ୍ କରୁଛି, ତାହା ଦେଖିବାକୁ ବାକି ରହିଲା।

Comment