ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପରସ୍ପର ବିରୋଧୀ ସାଜିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପରକୁ ଆଲିଙ୍ଗନ କରିଛନ୍ତି।

ଆଜି ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଆଗତ ହେଉଛି ଅନାସ୍ଥା ପ୍ରସ୍ତାବ। ଏହାପୂର୍ବରୁ ବିଭିନ୍ନ ଦଳକୁ ନିଜ ମତ ରଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମତ ରଖିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ମନ ଭରି ଗାଳି ଶୁଣାଇବା ପରେ ରାହୁଲ ସଂସଦରେ ମୋଦିଙ୍କ ଆସନ ପାଖକୁ ଯାଇ ତାଙ୍କୁ କୋଳାଗ୍ରତ କରିଥିଲେ।

“ଆପଣ ମୋତେ ପପୁ କହି ଗାଳି ଦେଇପାରନ୍ତି। ତଥାପି ଆପଣଙ୍କ ପାଇଁ ମୋ ମନରେ ଟିକେ ବି ରାଗ ନାହିଁ। ଏ ଦେଶକୁ କଂଗ୍ରେସ ଗଢ଼ିଛି, ଆପଣ ଏହା ଭୁଲିଯିବା ଉଚିତ ନୁହେଁ”, ମୋଦିଙ୍କ ଉଦ୍ଦେଶ୍ୟରେ ସଂସଦରେ ଏହା କହିଛନ୍ତି ରାହୁଲ ଗାନ୍ଧି।

ରାହୁଲ ନିଜ ଭାଷଣ ସାରି ମୋଦି ବସିଥିବା ଆସନକୁ ଯାଇ କୋଳାଗ୍ରତ କରିଥିଲେ। ଏହି ସମୟରେ ଗୃହରେ ଏକ ହାସ୍ୟାରୋଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମେ କୋଳାଗ୍ରତ କରି ଆସିବା ପରେ ମୋଦି ପୁଣି ରାହୁଲଙ୍କ ଡାକିଥିଲେ। ପରେ ଦୁହେଁ ହାତ ମିଳାଇଥିଲେ।

Comment