ଓଡ଼ିଶାଳାଇଭ୍‌ ବ୍ୟୁରୋ

ବଜ୍ରପାତ ନେଲା ୫ଜୀବନ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨ଜଣ ଗୁରୁତର ଆହତ ହୋଇଛି।

ମୃତକଙ୍କ ମଧ୍ୟରେ ମୟୁରଭଞ୍ଜର ଦୁଇଜଣ ଥିବାବେଳେ ବାଲେଶ୍ଵରରେ ୩ଜଣଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ଵର ବସ୍ତା ବ୍ଲକର ବରୁଣଗଡେଇ ପଞ୍ଚାୟତ୨ଜଣଙ୍କ ମୃତ୍ୟୁ ହୋଇଛି।  ବିଲରେ କାମ କରୁଥିବାବେଳେ ଉଭୟଙ୍କ ମୃତ୍ୟୁ ହୋଇଛି। ସୋରର ଶିଙ୍ଗାଖୁଣ୍ଟାରେ ଜଣେ ବୃଦ୍ଧା ମୃତ୍ୟ ହୋଇଥିବାବେଳେ ଶ୍ୟଜଙ୍ଗରେ ଜଣେ ଯୁବତୀ ଆହତ ହୋଇଛନ୍ତି।

ସେହିପରି ବୈଶିଙ୍ଗାର ବଡଶାଳପୁର ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହେଶ୍ଵରପୁରରେ ମଧ୍ୟ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ବେତନଟୀ ଛୁରୁଣୀ ପଦ୍ମଲୋଚନ ହାଇସ୍କୁଲର ଜଣେ ଛାତ୍ରୀ ଆହତ ହୋଇଛନ୍ତି।

Comment