ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମ୍ସରୁ ଏବେ ଡିସଚାର୍ଜ ହେବେନି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ।

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି। ତଥାପି ଦିଲ୍ଲୀ ଏମ୍‌ସରୁ ଦୁହିଁଙ୍କୁ ଏବେ ଡିସଚାର୍ଜ କରାଯିବ ନାହିଁ। ଜଗା ସ୍ଵାସ୍ଥ୍ୟବସ୍ଥା ଠିକ୍ ଅଛି। କାଳିଆ ଏବେ ସୁସ୍ଥ ହୋଇ ନାହିଁ। ତେଣୁ କାଳିଆ ସୁସ୍ଥ ହେବା ପର୍ଯ୍ୟନ୍ତ ଦୁହିଁଙ୍କୁ ଏମ୍ସରେ ରଖାଯିବ।

ଶୁକ୍ରବାରଦିନ ଉଭୟଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ। ସେ ସେଠାରେ ଏମ୍ସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

“ଦୁହିଁଙ୍କୁ ଏବେ ଏମ୍ସରୁ ଡିସ୍‌ଚାର୍ଜ କରାଯିବ ନାହିଁ। ଜଗା ସ୍ଵାସ୍ଥ୍ୟବସ୍ଥା ଠିକ୍ ଅଛି। କାଳିଆ ଏବେ ସୁସ୍ଥ ହୋଇ ନାହିଁ। ତେଣୁ କାଳିଆ ସୁସ୍ଥ ହେବା ପର୍ଯ୍ୟନ୍ତ ଦୁହିଁଙ୍କୁ ଏମ୍ସରେ ରଖାଯିବ। ଏନେଇ ଏମ୍ସ ଅଧିକାରୀଙ୍କୁ ଅନୁରୋଧ କରିଛି”, କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ୫ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଏମ୍ସ ଅଧିକାରୀଙ୍କୁ ଭେଟିଛନ୍ତି।

ଜଗା ଅପେକ୍ଷା କାଳିଆର ସ୍ୱାସ୍ଥ୍ୟରେ ଧିରେଧିରେ ଉନ୍ନତି ପରିଲକ୍ଷିତ ହେଉଛି। କାଳିଆର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ହେବା ପାଇଁ ଆହୁରି ୬ ମାସ ଲାଗିବ ବୋଲି ଏମ୍‌ସ ତରଫରୁ ସୂଚନା ମିଳିଛି।

କନ୍ଧମାଳ ଜିଲ୍ଲା ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ଜୁଲାଇ ୧୪ରେ ଉଭୟଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ଗତ ଅକ୍ଟୋବର ମାସରେ ୭୦ ଘଣ୍ଟାର ଅପରେସନ ପରେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସହାୟତାର ହାତ ବଢ଼ାଇଥିଲେ।

Comment