ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵରରେ ଟ୍ରକ ଚାପାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଉତ୍ୟକ୍ତ ଲୋକେ ଜାଳିଦେଲେ ପାଖାପାଖି ୧୦୦ଟି ଟ୍ରକ୍।

ଟ୍ରକ ଚାପାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ମାଲଗୋଦାମରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ଘଟଣାଟି ଘଟିବା ପରେ ନିକଟସ୍ଥ ବସ୍ତିର ଶହଶହ ଲୋକ ମାଲଗୋଦାମ ଭିତରେ ପଶି ସେଠାରେ ଥିବା ପ୍ରାୟ ଶହେ ଟ୍ରକ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମାଲଗୋଦାମ ନିକଟରେ ଥିବା ବୁଦ୍ଧିଗୋଛା ବସ୍ତିରେ ରହୁଥିବା ୬୧ବର୍ଷୀୟ ସାବିତୀ ଦେଇ ନାମକ ଜଣେ ମହିଳାଙ୍କୁ ମାଲଗୋଦାମ ଯାଉଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଟ୍ରକ୍‌କୁ ନେଇ ମାଲଗୋଦନାମ ଭିତରେ ରଖି ଫେରାର ହୋଇଯାଇଥିଲେ। ଦୁର୍ଘଟଣାରେ ଗୁରୁତର ସାବିତ୍ରୀଙ୍କୁ ବସ୍ତି ଲୋକ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଶହଶହ ସଂଖ୍ୟାରେ ଲୋକ ମାଲଗୋଦାମରେ ପଶି ସେଠାରେ ଥିବା ପ୍ରାୟ ୧୦୦ ଟ୍ରକ୍‌ର କାଚ ଭାଙ୍ଗି ଦେଇଥିଲେ। ଏହାସହିତ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Comment