ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯେଉଁମାନେ ଆଜି ବଲିଉଡର ନାମୀ ଦାମୀ ତାରକା, ଦିନେ ସେମାନେ ବି ରିଜେକ୍ଟ ହୋଇଥିଲେ, ଜାଣନ୍ତୁ କାହିଁକି?

ବଲିଉଡରେ ଯେତେ ପ୍ରତିଭା ଥିଲେ ସେ ଜଣେ ଷ୍ଟାର ବା ସୁପରଷ୍ଟାର ହୋଇଯିବ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ପ୍ରାରମ୍ଭିକ ସମୟରେ ବଲିଉଡର ବହୁ କଳାକାର ବିଭିନ୍ନ କାରଣରୁ ରିଜେକ୍ଟ ହୋଇଥିଲେ। ସେମାନଙ୍କର ଲୁକକୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ସନ୍ତୁଷ୍ଟ ନଥିଲେ। ଆସନ୍ତୁ ନଜର ପକାଇବା ସେଭଳି ବଲିଉଡ ଷ୍ଟାରଙ୍କ ସମ୍ପର୍କରେ।

ଅମିତାଭ ବଚ୍ଚନ

ବଲିଉଡର ‘ଶେହେନଶାହା’ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ଯେତେବେଳେ ସେ ଫିଲ୍ମରେ ଅଭିନେତା ହେବାକୁ କୌଣସି ନିର୍ଦ୍ଦେଶକଙ୍କ ପାଖକୁ ଯାଉଥିଲେ, ସେମାନେ ତାଙ୍କର ଉଚ୍ଚତା ଦେଖି ମନା କରୁଥିଲେ। ଏପରିକି ବିଗ୍‌ ବିଙ୍କ କଣ୍ଠସ୍ୱରକୁ ମଧ୍ୟ ଆକାଶବାଣୀ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଇଥିଲା।

କାଟ୍ରିନା କୈଫ୍‌

ଆଜି କାଟ୍ରିନା କୈଫ୍‌ଙ୍କୁ ବଲିଉଡର ଟପ୍‌ ହିରୋଇନ୍‌ ବୋଲି କୁହାଯାଉଛି। କିନ୍ତୁ ‘ବୁମ୍‌’ ସିନେମା ଫ୍ଲପ୍‌ ହେବା ପରେ ତାଙ୍କୁ କୌଣସି ଭାରତୀୟ ନିର୍ମାତା ନିଜ ସିନେମାରେ ନେବାକୁ ରାଜି ନଥିଲେ। ଏହାର କାରଣ ହେଲା ତାଙ୍କର ବିଦେଶୀ ଲୁକ୍‌। ସେ ବିଦେଶିନୀ ଭଳି ଦିଶୁଥିବାରୁ ତାଙ୍କୁ ବି ରିଜେକ୍ଟ କରାଯାଉଥିଲା।

ଗୋବିନ୍ଦା

ଏକଦା ବଲିଉଡର ‘ଛୋଟେ-ମିଆଁ’ ଭାବେ ପରିଚିତ ହୋଇଥିବା ଗୋବିନ୍ଦା ବି ନିର୍ମାତା ତଥା ନିର୍ଦ୍ଦେଶକଙ୍କଠାରୁ ନିରାଶବାଣୀ ଶୁଣିଥିଲେ। ତାଙ୍କୁ ସମସ୍ତେ କହୁଥିଲେ କି ସେ ଅଧିକ ୟଙ୍ଗ୍ ଦିଶୁଛନ୍ତି। ଏହି କାରଣରୁ ତାଙ୍କୁ ଫିଲ୍ମ ମିଳୁନଥିଲା।

ଅନୁଷ୍କା ଶର୍ମା

ଏବେକାର ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ଯେତେବେଳେ ଫିଲ୍ମରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ, ସେତେବେଳେ ତାଙ୍କୁ ସମସ୍ତେ ‘ପ୍ଲେନ୍ ଲୁକିଂ ଗର୍ଲ’ କହି ରିଜେକ୍ଟ କରୁଥିଲେ। ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ରବ୍‌ନେ ବନା ଦି ଯୋଡି’ରେ ସେହିଭଳି ଝିଅଟିଏ ଦରକାର ଥିଲା। ସେଥିପାଇଁ ସେ ଅନୁଷ୍କାଙ୍କୁ ବ୍ରେକ୍‌ ଦେବା ପାଇଁ ରାଜି ହୋଇଥିଲେ।

ଅର୍ଜୁନ କପୁର

ଜଣାଶୁଣା ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁରଙ୍କୁ ପ୍ରଥମେ ବି କାମ ମିଳୁନଥିଲା। ସମସ୍ତେ ଅର୍ଜୁନଙ୍କର ମୋଟାପାକୁ ନେଇ ନାକ ଟେକୁଥିଲେ।

ଅଜୟ ଦେବଗନ

ବଲିଉଡ ସୁପରଷ୍ଟାର୍ ଅଜୟ ଦେବଗନଙ୍କୁ ପ୍ରଥମେ ନିର୍ମାତା, ନିର୍ଦ୍ଦେଶକମାନେ ରିଜେକ୍ଟ କରୁଥିଲେ। ଏହାର କାରଣ ଥିଲା ଅଜୟଙ୍କର ସ୍କିନ୍‌ କମ୍ପ୍ଲେକ୍ସନ ଖୁବ୍ ଡାର୍କ ଥିଲା।

ରଣବୀର ସିଂହ

ବଲିଉଡର ଟପ୍ ହିରୋ ରଣବୀର ସିଂହଙ୍କୁ ପ୍ରାରମ୍ଭିକ ସମୟରେ ପ୍ରଯୋଜକ, ନିର୍ଦ୍ଦେଶକମାନେ ଧରାଛୁଆଁ ଦେଉନଥିଲେ। ଏହାର କାରଣ ଥିଲା ତାଙ୍କର ଉତ୍ତର-ଭାରତୀୟ ଲୁକ୍।

ଶାହରୁଖ ଖାନ

ବଲିଉଡର ବାଦଶାହା ଶାହରୁଖ ଖାନ ବି ସହଜରେ ଫିଲ୍ମ ଲାଇନରେ ପ୍ରବେଶ କରିନଥିଲେ। ସେ ଛୋଟ ପରଦାରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଶାହାରୁଖ୍ ଖାନଙ୍କ ଲୁକ୍‌ ନିର୍ମାତା, ନିର୍ଦ୍ଦେଶକମାନଙ୍କୁ ପସନ୍ଦ ଆସୁନଥିଲା, ଯେଉଁଥିପାଇଁ ତାଙ୍କୁ ହିରୋଭାବେ ଲଞ୍ଚ୍ କରିବାକୁ କେହି ରିସ୍କ ନେଉନଥିଲେ।

କୋଙ୍କଣା ସେନ୍‌ ଶର୍ମା

ନିଜର ଦମଦାର ଅଭିନୟ ପାଇଁ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିବା ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମାଙ୍କର ଲୁକ୍‌ ଏକଦମ୍‌ ସାଧାରଣ। ତାଙ୍କର ଏହି ଲୁକକୁ କିନ୍ତୁ ପ୍ରଯୋଜକ ତଥା ନିର୍ଦ୍ଦେଶକମାନେ ପସନ୍ଦ କରୁନଥିଲେ, ଯାହାର ପରିଣାମସ୍ୱରୂପ କୋଙ୍କଣାଙ୍କୁ ଫିଲ୍ମ ମିଳୁନଥିଲା।

Comment