ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଓଡିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ହିଟ୍‌ ଯୋଡି ଅନୁଭବ ଓ ବର୍ଷା। ନିକଟରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ଅବସରରେ ଅଭିନେତା ଅନୁଭବ ମହାନ୍ତି ବର୍ଷାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଓଲିଉଡର ଶୁଆ- ଶାରୀ କୁହାଯାଉଥିବା ସୁପରଷ୍ଟାର ଅନୁଭବ ଓ ବର୍ଷାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ସଫଳତାର ଶୀର୍ଷରେ ପହଞ୍ଚିଥିବା ଏହି ଯୋଡ଼ି ନିଜ ନିଜ ସୋସିଆଲ ସାଇଟରେ ବି ବେଶ୍‌ ଆକ୍ଟିଭ୍‌। ନିଜ ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଦୁହେଁ ଫଟୋ ହେଉ ଅବା ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥାନ୍ତି। ନିକଟରେ ବର୍ଷାଙ୍କ ଜନ୍ମଦିନ ଭିଡିଓ ଅଭିନେତା ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛନ୍ତି। ଏହି ଅବସରରେ ଅଭିନେତା ଅନୁଭବ ମହାନ୍ତି ବର୍ଷାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ବର୍ଷାଙ୍କ ଜନ୍ମଦିନରେ ତାଙ୍କ ବହୁପ୍ରତିକ୍ଷୀତ ଆଗାମୀ ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଏହି ଅବସରରେ ଫିଲ୍ମ ସହ ଜଡ଼ିତ ଅନେକ କଳାକାର ଏକାଠି ନଜର ଆସିଥିଲେ।

ବର୍ଷାଙ୍କ ସହ ନଜର ଆସିଥିଲେ ସ୍ଵାମୀ ଅନୁଭବ। ଏହି ଅବସରରେ ଅନୁଭବ କହିଥିଲେ, “ବର୍ଷାଙ୍କୁ ସ୍ତ୍ରୀ ରୂପେ ପାଇ ମୁଁ ଗର୍ବିତ। ବର୍ଷାଙ୍କ ଜନ୍ମ ଦିନ ମୋ ପାଇଁ ଖାସ୍‌। କାରଣ ବର୍ଷା ଆଜି ପୃଥିବୀକୁ ଆସିଥିଲେ। ଯଦି ସେ ଆଜି ଜନ୍ମ ହୋଇନଥାନ୍ତେ ତେବେ ମୁଁ ତାଙ୍କୁ ପାଇପାରିନଥାନ୍ତି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରଛି ସେ ସୁସ୍ଥ ରହି ଦୀର୍ଘାୟୁ ହୁଅନ୍ତୁ”।

ସେ ଆହୁରି ମଧ୍ୟ କହିଛନ୍ତି, “ନିକଟରେ ମୋ ଦେହ ଖରାପ ବେଳେ ବର୍ଷା ସର୍ବଦା ମୋ ମନୋବଳ ଦୃଢ଼ କରୁଥିଲେ। ମୋ ପାଖେ ପାଖେ ରହି ମୋର ଯତ୍ନ ନେଉଥିଲେ। ଯଦି ମୁଁ ଆଜି ଚାଲିପାରୁଛି, ଡେଇଁପାରୁଛି ତାହା ସବୁ ସମ୍ଭବ ହୋଇପାରିଛି ବର୍ଷାଙ୍କ ଯୋଗୁଁ। ସେ ମୋ ପାଇଁ ସବୁକିଛି। ବର୍ଷାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ମୋ ପାଇଁ କମ୍”। ଏହାସହ ବର୍ଷାଙ୍କ ଅଭିନୟ ଦକ୍ଷତାକୁ ବେଶ୍‌ ପ୍ରଶଂସା କରିଛନ୍ତି ଅନୁଭବ।

ଗତକିଛିଦିନ ତଳେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥିଲା ଯେ ଅନୁଭବ ଓ ବର୍ଷାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏଥିପାଇଁ ଦୁହେଁ ପରଦାରେ ଏକାଠି ନଜର ଆସୁନାହାନ୍ତି। କିନ୍ତୁ ଏଭଳି ଗୁଜବକୁ ଖଣ୍ଡନ କରିଥିଲେ ଉଭୟ ବର୍ଷା ଓ ଅନୁଭବ।

ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ ରେ ମୁଖ୍ୟ ଓଲିଉଡ୍ କ୍ୱିନ୍ ବର୍ଷା ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିଛନ୍ତି।

ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର। ଅଭିନେତ୍ରୀ ବର୍ଷା ଏଥିରେ ଏକ ଗାଉଁଲି ଝିଅ ଭୂମିକାରେ ନଜର ଆସିବେ। ଯେ କି ରାଜନୀତିରେ ଯୋଗ ଦେବାକୁ ଖୁବ ଆଗ୍ରହୀ। ଏହି ଫିଲ୍ମର ସୁଟିଂ ଓଡ଼ିଶାର ବିଭିନ୍ନ ସ୍ଥାନରେ କରାଯାଇଛି।

Comment