ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’ ହେବେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏହି ଖୁସି ଖବର ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ସେୟାର୍‌ କରିଛନ୍ତି ପ୍ରିୟା।

ମା’ ହେବାକୁ ଯାଉଛନ୍ତି ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ। ରିଲ୍‌ ନୁହେଁ ରିୟଲ୍‌ ଲାଇଫ୍‌ରେ ଖୁବଶିଘ୍ର ମା’ ହେବେ ପ୍ରିୟା। ଏହି ଖୁସି ଖବର ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ସେୟାର୍‌ କରିଛନ୍ତି ପ୍ରିୟା।

ପ୍ରିୟା ନିଜର ଏକ ଫଟୋ ଛାଡ଼ି କ୍ୟାପସନ୍‌ରେ ଲେଖିଛନ୍ତି ‘ଧୈର୍ଯ୍ୟର ସହ ମୁଁ ତୋ ଆଗମନକୁ ଅପେକ୍ଷା କରିଛି’।

ଅନେକ ଚଳଚ୍ଚିତ୍ରରେ ସଫଳ ଅଭିନୟ କରିଥିବା ପ୍ରିୟାଙ୍କ ବିହାହ ୨୦୧୩ ମସିହାରେ ହୋଇଥିଲା। ପ୍ରିୟାଙ୍କ ସ୍ଵାମୀ ହାଇଦ୍ରାବାଦରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ବିବାହ ପରେ ପ୍ରିୟା ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି।

ପ୍ରିୟାଙ୍କ ପ୍ରଥମ ଫିଲ୍ମ ଥିଲା ‘ଡ୍ରିମ୍‌ ଗାର୍ଲ’। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ସବ୍ୟସାଚୀ। ଫିଲ୍ମ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ଲାଭ କରିଥିଲା।

ପ୍ରିୟା ‘ରୁମକୁ ଝୁମାନା’, ‘ପାରିବେନି କେହି ଅଲଗା କରି’, ‘ଚାନ୍ଦିନୀ ଆଇ ମିସ୍‌ ୟୁ’, ‘ଗୁଡ୍ ବୟ୍’ ଏବଂ ‘ମିତ ବସିଛି ମୁଁ ଭୂତ ସାଥିରେ’ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିଲେ।

ନିକଟରେ ପ୍ରିୟାଙ୍କୁ ବିଭିନ୍ନ ଟେଲିଭିଜନ୍‌ ସୋ’ରେ ଜଜ୍ ଭୂମିକାରେ ଦେଖିବାକୁ ମିଳିଥିଲା।

Comment