ଓଡ଼ିଶାଲାଇଭ ବ୍ୟୁରୋ

ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍‌, ଅନୁଗୁଳ ପକ୍ଷରୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଆବେଦନ କରିବାର ଶେଷ ତାରିଖ ରହିଛି ୨୯ ସେପ୍ଟେମ୍ବର ୨୦୧୮।

ଅନୁଗୁଳ ଜିଲ୍ଲାପାଳ ତଥା ଅନୁଗୁଳ ଜିଲ୍ଲା ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟିଙ୍କ ଅଫିସ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ମୋଟ ୪୭ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଉଭୟେ ସ୍ପେସାଲିଷ୍ଟ ଓ ଏମବିବିଏସ ଡାକ୍ତରମାନଙ୍କୁ ଏହିସବୁ ପଦବୀ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।

ଆବେଦନ ପାଇଁ ଘୋଷଣା ହେଉଥିବା ପଦବୀଗୁଡ଼ିକ ହେଉଛି:

ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ: ୪

ଶିଶୁରୋଗ ବିଶେଷଜ୍ଞ: ୭

ମେଡିସିନ ବିଶେଷଜ୍ଞ: ୮

ଶଲ୍ୟ ବିଶେଷଜ୍ଞ: ୧୦

ଅସ୍ଥି ଶଲ୍ୟ ବିଶେଷଜ୍ଞ: ୧

ନିଦାନ (ପାଥୋଲୋଜି) ବିଶେଷଜ୍ଞ: ୨

ଚକ୍ଷୁ ରୋଗ ବିଶେଷଜ୍ଞ: ୨

ରେଡିଓଲୋଜି ସ୍ପେସାଲିଷ୍ଟ: ୧

ଆନାସ୍ଥେସିଆ ସ୍ପେସାଲିଷ୍ଟ: ୩

ମାନସିକ ରୋଗ ବିଶେଷଜ୍ଞ: ୧

ମେଡିକାଲ୍ ଅଫିସର (ଏମବିବିଏସ): ୮

ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ସରକାରୀ ଦରମା ଓ ଅନ୍ୟାନ୍ୟ ସୁବିଧା ମିଳିବ। ଏପରିକି ନିର୍ଦ୍ଧାରିତ ସରକାରୀ ସୁବିଧାଠାରୁ ଅଧିକ ସୁବିଧା ପ୍ରଦାନ କରାଯିବ ବୋଲି ଏହି ବିଜ୍ଞାପନରେ କୁହାଯାଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ଗ୍ରାମାଞ୍ଚଳରେ ଶହ ଶହ ଡାକ୍ତର ପଦବୀ ଖାଲିପଡ଼ିଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଥିବା ଜଣାପଡ଼ିଛି।

Comment