ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ରିଜିଓନାଲ୍ ମେଡିକାଲ ରିସର୍ଚ ସେଣ୍ଟର (ଆରଏମଆରସି) ପକ୍ଷରୁ କନସଲଟାଣ୍ଟ ସାଇଣ୍ଟିଫିକ୍ (ପବ୍ଲିକ୍ ହେଲ୍‌ଥ) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ୬ ମାସ ପାଇଁ ନିର୍ଦ୍ଧାରିତ ଏହି କଣ୍ଟ୍ରାକ୍‌ଚୁଆଲ୍‌ ପଦବୀ ଲାଗି ଆବେଦନ କରିବାର ଶେଷ ତାରିଖ ରହିଛି ୧୪ ସେପ୍ଟେମ୍ବର ୨୦୧୮ (ସନ୍ଧ୍ୟା ୫ଟା)। ଆରଏମଆରସି ଭୁବନେଶ୍ୱର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି।

ଏହି ପଦବୀ ପାଇଁ ଯୋଗ୍ୟତା ରହିଛି ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ (ଏମଡି/ ଏମଏସ/ ଡିଏନବି/ ଏମଏଇ/ ଏମପିଏଚ)। ଏଥିପାଇଁ ଅବସରପ୍ରାପ୍ତ ବୈଜ୍ଞାନିକମାନେ ମଧ୍ୟ ଆବେଦନ କରିପାରିବେ। ଅବସରପ୍ରାପ୍ତ ଆବେଦନକାରୀମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାର, ସ୍ୱୟଂଶାସିତ ଅନୁଷ୍ଠାନ କିମ୍ବା କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଭିଜ୍ଞତା ହାସଲ କରିଥିବା ଆବଶ୍ୟକ।

ମୋଟ ପଦବୀ ସଂଖ୍ୟା ୧। ଆବେଦନକାରୀମାନେ www.rmrcbbsr.gov.in କିମ୍ବା www.icmr.nic.in ୱେବସାଇଟ୍‌ରୁ ଏ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ।

Comment