ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସସି)ର ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟା ୩ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଉପଯୁକ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଓପିଏସସି ୱେବସାଇଟ୍ (http://www.opsconline.gov.in) କ୍ଲିକ୍‌ କରି ଆବେଦନର ସମସ୍ତ ତଥ୍ୟ ହାସଲ କରିପାରିବେ।

ଓପିଏସି ପକ୍ଷରୁ ଏଥର ମୋଟ ୨୧୮ଟି ପଦବୀ ପାଇଁ ପ୍ରାର୍ଥୀ ଆବଶ୍ୟକ। ସେଥମଧ୍ୟରୁ ଜେନେରାଲ କାଟାଗୋରି ପାଇଁ ୧୧୪, ଓବିସି ୨୦, ଏସସି – ୩୫, ଏସଟି – ୪୯, ଶାରୀରିକ ଅକ୍ଷମ ପିଲାଙ୍କ ପାଇଁ ୧୦ଟି ପଦବୀ ବାହାରିଛି।

ଆବେଦନ କରିବା ପାଇଁ ଜେନେରାଲ କାଟାଗୋରି ପିଲାଙ୍କ ପାଇଁ  ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବବେଳେ ଏସଟି, ଏସସି ଓ ଶାରୀରିକ ଅକ୍ଷମ ବ୍ୟକ୍ତିମାନେ ୧୬୦ ଟଙ୍କା ଦେଇ ଆବେଦନ କରିପାରିବେ।

Comment