ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଦୁଇ ଟପ୍ହିରୋଇନ୍ହେଲେ ବର୍ଷା ପ୍ରିୟଦର୍ଶିନୀ ଅର୍ଚ୍ଚିତା ଏହି ଦୁଇ ନାୟିକା ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହେଲେ ବି କେବଳ ଗୋଟିଏ ସିନେମାରେ ଏକାଠି କାମ କରିଛନ୍ତି ଆସନ୍ତୁ ଜାଣିବା ଏହି ସିନେମା ବିଷୟରେ

ଓଲିଉଡର ଦୁଇଜଣ ଆଗଧାଡ଼ିର ନାୟିକା ହେଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅର୍ଚ୍ଚିତା। କୁହାଯାଇପାରେ ଏ ଦୁହେଁ ଗତ ତେରବର୍ଷ ହେବ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ଉଭା ହୋଇଛନ୍ତି ଓଡ଼ିଆ ସିନେଜଗତରେ।

ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ମୁକ୍ତିପ୍ରାପ୍ତ ଓଡ଼ିଆ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ ନାୟିକା ଭାବେ ଯାତ୍ରା ଆରମ୍ଭ କରିଥିବା ବେଳେ ଅର୍ଚ୍ଚିତା ୨୦୦୫ର ସିନେମା ‘ଓ ମାଇଁ ଲଭ୍‌’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମ ସିନେମାରୁ ହିଁ ଉଭୟଙ୍କର ପ୍ରତିଭା ଜଣାପଡ଼ିଯାଇଥିଲା।

ବର୍ଷାଙ୍କ ପ୍ରଥମ ଫିଲ୍ମ ସୁପରହିଟ୍ ହେବା ପରେ ସେ ଆଗକୁ ମାଡ଼ି ଚାଲିଲେ। ହେଲେ ଓଲିଉଡରେ ତିନିବର୍ଷ ନାୟିକା ଭାବେ କାମ କରିବା ପରେ ବର୍ଷା ଟଲିଉଡରେ କ୍ୟାରିଅର କରିବା ପାଇଁ ଯାଇଥିଲେ। ସେହି ସମୟରେ ବର୍ଷାଙ୍କ ପାଖକୁ ଯେତେସବୁ ଓଡ଼ିଆ ଫିଲ୍ମର ଅଫର୍‌ ଆସୁଥିଲା, ସେଥିମଧ୍ୟରୁ ସେ ଅଧିକାଂଶ ସିନେମାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ତିନିଟି ଫିଲ୍ମ ମଧ୍ୟରୁ ଦୁଇଟି ସିନେମା ପରେ ମିଳିଥିଲା ବର୍ଷାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅର୍ଚ୍ଚିତାଙ୍କୁ।

ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ ଯେତେବେଳେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଲେ, ସେ ପ୍ରଥମେ ନିର୍ମାଣ କରିଥିଲେ ‘ପାଗଳ କରିଛି ପାଉଁଜି ତୋର’ ସିନେମା। ଏହି ଫିଲ୍ମର ନାୟିକା ଭୂମିକାରେ ନିର୍ଦ୍ଦେଶକ ସଞ୍ଜୟ ନାୟକ ବାଛିଥିଲେ ବର୍ଷା ପ୍ରିୟଦର୍ଶିନୀଙ୍କୁ। ଏଥିରେ ପ୍ରଥମେ ଅରିନ୍ଦମ୍, ସବ୍ୟସାଚୀ ଓ ବର୍ଷାଙ୍କୁ କାଷ୍ଟ କରାଯାଇଥିଲା। ମାତ୍ର ସେତେବେଳେ ବର୍ଷା ବଙ୍ଗଳା ଫିଲ୍ମରେ ଅଧିକ ସକ୍ରିୟ ଥିଲେ ଓ ଅଧିକାଂଶ ସମୟ କୋଲକାତାରେ ରହୁଥିଲେ। ଏହି କାରଣରୁ ସେ ‘ପାଗଳ କରିଛି ପାଉଁଜି ତୋର’ ସିନେମାର ଅଫରକୁ ହାତଛଡ଼ା କରିଦେଲେ। ତା’ପରେ ବର୍ଷାଙ୍କ ସ୍ଥାନରେ ଅର୍ଚ୍ଚିତାଙ୍କୁ ନିଆଯାଇଥିଲା ସେହି ସିନେମାରେ।

ଠିକ୍‌ ସେହିପରି ନିର୍ମାତା ସୀତାରାମ୍ ଅଗ୍ରୱାଲ୍‌ ତାଙ୍କର ବ୍ଲକବଷ୍ଟର ଫିଲ୍ମ ‘ଆକାଶେ କି ରଙ୍ଗ ଲାଗିଲା’ରେ ଅନୁଭବଙ୍କ ବିପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କୁ କାଷ୍ଟ୍ କରିବାକୁ ଚାହୁଁଥିଲେ। ମାତ୍ର ସେହି ସମାନ କାରଣରୁ ଏହି ଫିଲ୍ମରେ ବି କାମ କରିପାରିନଥିଲେ ବର୍ଷା ପ୍ରିୟଦର୍ଶିନୀ।

ଏହାପରେ ସୀତାରାମ ଅର୍ଚ୍ଚିତାଙ୍କୁ ଏହି ଅଫର୍‌ ଦେଇଥିଲେ, ଆଉ ଭୂମିକାଟି ସଂକ୍ଷିପ୍ତ ବୋଲି ଜାଣି ମଧ୍ୟ ଅର୍ଚ୍ଚିତା ଏହି ସିନେମାରେ ନାୟିକା ହେବାକୁ ରାଜି ହୋଇଥିଲେ।

ଓଲିଉଡର ଜଣାଶୁଣା ପ୍ରଯୋଜକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଫିଲ୍ମରେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା କାମ କରିଛନ୍ତି। ସେହି ନିର୍ମାତାଙ୍କ ଫିଲ୍ମ ‘ବାବୁ ଆଇ ଲଭ ୟୁ’ ଓ ‘ତୋ ପାଇଁ ନେବି ମୁଁ ଶହେ ଜନମ’ରେ ଅର୍ଚ୍ଚିତା କାମ କରିଥିଲେ| ସେହିପରି ସୌମ୍ୟରଞ୍ଜନଙ୍କ  ‘ନେଇଯାରେ ମେଘ ମତେ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’, ‘କିଏ ସେ ଡାକୁଛି କୋଉଠି ମତେ’, ‘ତୁ ଥିଲେ ମୋ ଡର କାହାକୁ’ ଆଦି ସିନେମାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ। ଏ ଦୃଷ୍ଟିରୁ ଉଭୟ ନାମୀ ନାୟିକା ପ୍ରଯୋଜକଙ୍କର ପ୍ରିୟ ଥିଲେ।

ସୌମ୍ୟରଞ୍ଜନଙ୍କ ଫିଲ୍ମ ‘ଛାତି ତଳେ ଡିଙ୍ଗଡଙ୍ଗ’ରେ ପ୍ରଥମ ଓ ଅନ୍ତିମ ଥର ପାଇଁ ଏକାଠି ନଜର ଆସିଛନ୍ତି ଅର୍ଚ୍ଚିତା ଓ ବର୍ଷା। ଏହି ସିନେମାରେ ଉଭୟ ନାୟିକାଙ୍କ ଭୂମିକା ବେଶ୍ ଦମଦାର୍‌ ଓ ମଜାଦାର୍‌ ଥିଲା। ଏଥିରେ ସବ୍ୟସାଚୀ ଓ ସମ୍ବିତ୍‌ ନାୟକ ଭୂମିକାରେ ଅଭିନୟ କରିଥିଲେ।

ଏହାପରେ ବର୍ଷା ଓ ଅର୍ଚ୍ଚିତା ଅନ୍ୟ କୌଣସି ସିନେମାରେ ଏକାଠି କାମ କରିନାହାନ୍ତି।

 

Comment