ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗଣେଶ ପୂଜା ଅବସରରେ ରିଲିଜ୍ହେବ ଦୁଇଟି ଓଡ଼ିଆ ସିନେମା ଏହି ଅବସରରେ ପ୍ରଥମ ଥର ପାଇଁ ଆମନେସାମନେ ଆସିବେ ଅରିନ୍ଦମ୍ ସ୍ୱରାଜ ଏବଂ ଏଲିନା ଓ ସନମୀରା

ଚଳିତବର୍ଷ ଗଣେଶ ପୂଜା ଅବସରରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍‌ ହେଉଛି। ଏଥର ଏ ଦୁଇ ସିନେମା ଭିତରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

ଗଣେଶ ପୂଜା ଅବସରରେ ପରଦାକୁ ଆସୁଛି ଓଲିଉଡର ଟପ୍‌ ହିରୋ ଅରିନ୍ଦମ୍‌ଙ୍କ ଅଭିନୀତ ଏକ ସିନେମା ଓ ସ୍ୱରାଜଙ୍କ ଫିଲ୍ମ ‘ଲଭ ଏକ୍ସପ୍ରେସ୍’।

ଅରିନ୍ଦମ୍ବନାମ ସ୍ୱରାଜ

ଗଣେଶ ପୂଜାରେ ଏଥର ପ୍ରଥମ ଥର ପାଇଁ ପରଦା ଉପରେ ଆମ୍‌ନେ ସାମ୍‌ନେ ଆସୁଛନ୍ତି ଓଲିଉଡର ଆକସନ୍‌ ଷ୍ଟାର୍‌ ଅରିନ୍ଦମ୍‌ ଓ ରୋମାଣ୍ଟିକ୍‌ ବୟ ସ୍ୱରାଜ। ଅରିନ୍ଦମ୍‌ ଅବଶ୍ୟ ସ୍ୱରାଜଠାରୁ ଢେର ସିନିଅର୍‌। ସ୍ୱରାଜଙ୍କୁ ଏଯାଏଁ ମାତ୍ର ଦୁଇଟି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ସ୍ୱରାଜଙ୍କର ଏ ଦୁଇଟି ସିନେମା ହେଲା ‘ତୁ ମୋ’ ଲଭ ଷ୍ଟୋରି’ ଓ ‘ଲୈଲା ଓ ଲୈଲା’।

ଅରିନ୍ଦମ୍‌ ବେଶ୍‌ କେତୋଟି ହିଟ୍‌ ଫିଲ୍ମ ଆଗରୁ ଦେଇଛନ୍ତି। ଠିକ୍ ସେହିପରି ସ୍ୱରାଜଙ୍କ ପ୍ରଥମ ସିନେମା ‘ତୁ ମୋ’ ଲଭଷ୍ଟୋରି’ ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏ ଦୃଷ୍ଟିରୁ ସ୍ୱରାଜଙ୍କୁ କମଜୋର୍‌ ମନେ କରିବା ଠିକ୍‌ ହେବ ନାହିଁ।

ଏଲିନା ବନାମ ସନମୀରା

ପରଦା ଉପରେ ପ୍ରଥମ ଥର ପାଇଁ ଓଲିଉଡର ଟପ୍‌ ହିରୋଇନ୍‌ ଏଲିନା ଓ ୟଙ୍ଗ ସେନସେସନ୍‌ ସନମୀରାଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି।

ଏଲିନା ଅରିନ୍ଦମଙ୍କ ବିପକ୍ଷରେ ନଜର ଆସିବେ। ଅନ୍ୟପକ୍ଷରେ ସନମୀରା ଦେଖାଦେବେ ସ୍ୱରାଜଙ୍କ ବିପକ୍ଷରେ। ଆଗରୁ ଦର୍ଶକ ଅରିନ୍ଦମ୍‌-ଏଲିନାଙ୍କ ଯୋଡ଼ିକୁ ତରଙ୍ଗ ସିନେପ୍ରଡକ୍ସନ୍ ‘ଇସ୍କ ତୁ ହିଁ ତୁ’ରେ ଦେଖିସାରିଛନ୍ତି ଦର୍ଶକ। ପ୍ରାୟ ତିନିବର୍ଷ ପରେ ଅରିନ୍ଦମ୍‌-ଏଲିନାଙ୍କ ଯୋଡ଼ି ପରଦାକୁ ଫେରୁଥିବା ହେତୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ଉତ୍କଣ୍ଠା ରହିବା ସ୍ୱାଭାବିକ ମଧ୍ୟ।

ଠିକ୍ ସେହିପରି ସାର୍ଥକର ‘ଲୈଲା ଓ ଲୈଲା’ ଫିଲ୍ମର ଯୋଡ଼ି ସ୍ୱରାଜ-ସନମୀରାଙ୍କୁ ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ।

ଜ୍ୟୋତି ବନାମ ରମେଶ

ଏଥର ଗଣେଶ ପୂଜାରେ ଦୁଇଜଣ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଥମ ଥର ପାଇଁ ଆମନେ-ସାମନେ ଦେଉଛନ୍ତି। ଏ ଦୁହେଁ ହେଲେ ଜ୍ୟୋତି ଦାସ ଓ ରମେଶ ରାଉତ।

ଜ୍ୟୋତି ଦାସ ଅରିନ୍ଦମ୍‌-ଏଲିନା ଷ୍ଟାରର୍‌ ଅନ୍‌ଟାଇଟଲ ମୁଭିର ନିର୍ଦ୍ଦେଶନା ଦେଇଥିବା ବେଳେ ରମେଶ ରାଉତ ସ୍ୱରାଜ-ସନମୀରାଙ୍କ ‘ଲଭ ଏକ୍ସପ୍ରେସ’ର ନିର୍ଦ୍ଦେଶକ। ଜ୍ୟୋତି ଦାସ ପୂର୍ବରୁ ‘ତୋ’ ବିନା ଭଲ ଲାଗେନା’, ‘ଶୁଭ ବିବାହ’, ‘ଗୁଡ୍‌ବୟ’ ଓ ‘ଅଶୋକ ସମ୍ରାଟ’ ଆଦି ସିନେମା ନିର୍ଦ୍ଦେଶନା ଦେଇଛନ୍ତି। ଠିକ୍ ସେହିପରି ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା’, ‘ଗଡଫାଦର୍‌’, ‘କାବୁଲା ବାରବୁଲା- ସର୍ଚ୍ଚିଂ ଫର୍‌ ଲୈଲା’ ଏବଂ ‘ଟୋକାଟା ଫସିଗଲା’ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଅରିନ୍ଦମ୍‌ଙ୍କ ଅଭିନୀତ ଫିଲ୍ମର ପ୍ରଯୋଜକ ନିଜେ ଅରିନ୍ଦମ୍‌ ରାୟ। ଅନ୍ୟପକ୍ଷରେ ‘ଲଭ ଏକ୍ସପ୍ରେସ୍’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍। ଉଭୟଙ୍କ ବ୍ୟାନର ଉପରେ ଦର୍ଶକଙ୍କ ଆସ୍ଥା ଥିବା ହେତୁ ଲଢେଇଟା ରୋଚକ ମୋଡ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ପ୍ରେମ୍ବନାମ୍ ବୈଦ୍ୟନାଥ

ଏଥର ଗଣେଶ ପୂଜାରେ ଯେଉଁ ଦୁଇ ସଙ୍ଗୀତକାର ମୁହାଁମୁହିଁ ହେଉଛନ୍ତି, ସେ ଦୁହେଁ ହେଲେ ପ୍ରେମ୍‌ ଆନନ୍ଦ ଓ ବୈଦ୍ୟନାଥ ଦାସ। ଉଭୟ ସେମାନଙ୍କର ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ଅରିନ୍ଦମଙ୍କ ଅଭିନୀତ ଫିଲ୍ମର ସଙ୍ଗୀତକାର ହେଲେ ପ୍ରେମ୍‌ ଆନନ୍ଦ। ଅପରପକ୍ଷରେ ସ୍ୱରାଜଙ୍କ ଅଭିନୀତ ସିନେମାର ସ୍ୱରକାର ହେଲେ ବୈଦ୍ୟନାଥ ଦାସ।

 

Comment